ଛତ୍ରପୁର,୩୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ମଙ୍ଗଳବାର ୨ ମହିଳାଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ମୃତକ ୪୮ ଓ ୩୯ ବର୍ଷୀୟ ମହିଳା ଓ ସେମାନେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଏହା ସହ କ୍ରୋନିକ କିଡନୀ ରୋଗୀ ମଧ୍ୟ ଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ଟୁଇଟ କରି ସୂଚନା ଦିଆଯାଇଛି।