ଆଶାୟୀଙ୍କ ଆଶା ମଉଳିଲା : ଏଥର ଗଞ୍ଜାମ ଏନ୍‌ଏସିରେ ମହିଳାଙ୍କ ହାତକୁଯିବ ଅଧ୍ୟକ୍ଷ ପଦବୀ

ଗଞ୍ଜାମ,୧୫।୧(ଡି.ଏନ୍‌.ଏ.): ବିଭିନ୍ନ ଏନ୍‌ଏସି ଅଧ୍ୟକ୍ଷ ପଦବୀ ପାଇଁ ଶନିବାର ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଗଞ୍ଜାମ ଏନ୍‌ଏସିରେ ଅଧ୍ୟକ୍ଷ ପଦବୀ ଏଥର ମହିଳାଙ୍କର। ଯାହା ଫଳରେ ଅଧ୍ୟକ୍ଷ ହେବାକୁ ଥିବା ଆଶାୟୀଙ୍କ ଆଶା ମଉଳି ଯାଇଥିବା ଜଣା ପଡିଛି । ପୂର୍ବରୁ ସିଧ ସଳଖ ଅଧ୍ୟକ୍ଷ ନିର୍ବାଚନ ହେବା ନେଇ ଘୋଷଣା ହୋଇସାରିଥିବାରୁ ଆଶାୟୀଙ୍କ ତାଲିକା ଲମ୍ବିଥିଲା। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଗଞ୍ଜାମ ଏନ୍‌ଏସିର ଆଗାମୀ ଅଧ୍ୟକ୍ଷ କିଏ।

Share