ଛତ୍ରପୁର,୨୭ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଘଡ଼ଘଡ଼ାପଲ୍ଲୀ ଏବଂ ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ନରେନ୍ଦ୍ରପୁର ଗାଁର ଷ୍ଟେଶନ ରୋଡ୍ ଓ ଗୋପୀନାଥ ସାହିରେ କରୋନା ପଜିଟିଭ୍ ଚି଼ହ୍ନଟ ପରେ ଉକ୍ତ ଅଞ୍ଚଳକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୧୩ ତାରିଖରେ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିଥିଲେ। ତେବେ ପଜିଟିଭ୍ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ ପାଇଁ ଉକ୍ତ ଅଞ୍ଚଳରେ ୨୬ ତାରିଖରୁ ଆଉ ୭ ଦିନ କଣ୍ଟେନ୍ମେଣ୍ଟ୍ ଅବଧିକୁ ବଢ଼ାଇ ଦେଇଛନ୍ତି ଜିଲାପାଳ। କଣ୍ଟେନ୍ମେଣ୍ଟ୍ ଜୋନ୍ରେ ଥିବା ଲୋକ ବାହାରକୁ ଏବଂ ଅନ୍ୟ ଅଞ୍ଚଳର ଲୋକ ଉକ୍ତ ଜୋନ୍ ଅଞ୍ଚଳକୁ ଯିବା ଆସିବା ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି।