Categories: ଜାତୀୟ

ଏବେଠୁ ଭୟ: ଗୋଆରେ ସବୁ ପ୍ରାର୍ଥୀଙ୍କୁ ରିସୋର୍ଟକୁ ନେଲା କଂଗ୍ରେସ

ପଣଜୀ,୯।୩: ଗୋଆରେ ନିର୍ବାଚନ ଫଳାଫଳ ଆସିବାର ଅବ୍ୟବହିତ ପୂର୍ବରୁ ସରକାର ଗଠନକୁ ନେଇ ଅଣ୍ଟା ଭିଡିଛି କଂଗ୍ରେସ। ବିଶେଷକରି ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇ ମଧ୍ୟ ଗୋଆରେ ସରକାର ଗଠନ କରିପାରି ନ ଥିଲା। ଏଥର ଯେପରି ସେଭଳି ସ୍ଥିତି ନ ଉପୁଜେ ସେଥିପାଇଁ ଏହି ଦଳ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ। ଫଳରେ ଭୋଟ ଗଣତିର ଦୁଇଦିନ ପୂର୍ବରୁ କଂଗ୍ରେସ ଏହାର ସମସ୍ତ ପ୍ରାର୍ଥୀଙ୍କୁ ପଣଜୀ ନିକଟବର୍ତ୍ତୀ ବାମ୍ବୋଲିମ୍‌ ଗ୍ରାମରେ ଥିବା ଏକ ବିଳାସପୂର୍ଣ୍ଣ ରିସୋର୍ଟକୁ ନେଇଯାଇଛି। ଅପରପକ୍ଷେ ରିସୋର୍ଟରେ ପ୍ରାର୍ଥୀଙ୍କୁ ଲୁଚାଇ ରଖାଯିବା ଖବରକୁ ମଧ୍ୟ କେତେଜଣ ଦଳୀୟ ନେତା ଅସ୍ବୀକାର କରିଛନ୍ତି। ସେମାନେ ବିରୋଧୀ ଦଳ ନେତା ଦିଗମ୍ବର କାମାତଙ୍କ ଜନ୍ମଦିନ ପାଳନ ଲାଗି ସେଠାକୁ ଯାଇଥିବା କହିଛନ୍ତି।

Share