Categories: ଜାତୀୟ

ହିମାଚଳ ପ୍ରଦେଶରେ ହେବ ୨୦୦ ପ୍ରଜାତିର ଔଷଧୀୟ ଜଡ଼ିବୁଟି ଚାଷ

ଶିମଲା, ୨୮।୯: ହିମାଚଳ ପ୍ରଦେଶରେ ୨୦୦ ପ୍ରଜାତିର ଔଷଧୀୟ ଜଡ଼ିବୁଟି ଚାଷ କରାଯିବ। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବେ। ୭୦ ପ୍ରଜାତିର ଲୁପ୍ତ ଔଷଧୀୟ ଜଡ଼ିବୁଟି ଚାଷ ହେବ। ସେଥିମଧ୍ୟରୁ ୨୨ ପ୍ରଜାତି ଜଡ଼ିବୁଟି କେବଳ ହିମାଚଳ ପ୍ରଦେଶର ବୋଲି କୁହାଯାଉଛି। ରାଜ୍ୟରେ ଔଷଧୀୟ ଜଡ଼ିବୁଟିର ସନ୍ଧାନ କାର୍ଯ୍ୟ ପରେ ଏସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯିବ। ଏଥିରେ ହେଉଥିବା ଖର୍ଚ୍ଚର ୫୦ ପ୍ରତିଶତ କେନ୍ଦ୍ର ସରକାର ବହନ କରିବେ। ଆସନ୍ତା ୨ବର୍ଷ ମଧ୍ୟରେ ରାଜ୍ୟରେ ଜଡ଼ିବୁଟି ଚାଷ ଆରମ୍ଭ ହେବ। ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ସଧାସଳଖ ଚାଷୀମାନଙ୍କ ସହିତ ଯୋଗାଯୋଗ କରି ଜଡ଼ିବୁଟି ସଂଗ୍ରହ କରିପାରିବେ। ଏନେଇ ଜାପାନ ସରକାରଙ୍କ ସହିତ ମଧ୍ୟ ଚୁକ୍ତି ସ୍ବାକ୍ଷର ହୋଇଛି। କୁଲ୍ଲୁ, ମଣ୍ଡି, ଚମ୍ବା, କାଙ୍ଗଡ଼ା, ଶିମଲା, କିନୌର ଆଦି ଜିଲାରେ ଜଡ଼ିବୁଟି ଚାଷ କରାଯିବା ଲାଗି ଜମି ଚୟନ କରାଯାଇଛି।

Share