ବିଦାୟୀ ଭାଷଣରେ ବଡ଼ କଥା କହିଦେଲେ ଋଷି ସୁନକ୍‌

ନୂଆଦିଲ୍ଲୀ, ୫।୭: ବ୍ରିଟେନ୍‌ରେ ଋଷି ସୁନକ୍‌ଙ୍କର କଞ୍ଜରଭେଟିଭ୍‌ ପାର୍ଟିକୁ ହରାଇ କିଏର ଷ୍ଟାର୍ମରଙ୍କ ନେତୃତ଼୍ବାଧୀନ ଲେବର ପାର୍ଟି ସାଧାରଣ ନିର୍ବାଚନ ଜିତିଛି । ଏଥିସହିତ ଦେଶରେ ଲେବର ପାର୍ଟି ୧୪ ବର୍ଷ ପରେ ପୁଣି ସରକାର ଗଠନ କରିବାକୁ ଯାଉଛି । କିଏର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଅନ୍ୟପଟେ ଭାରତୀୟ ବଂଶୋଦ୍ଭୋବ ନିଜ ଦଳର ପରାଜୟ ସ଼୍ବୀକାର କରିଛନ୍ତି ।

ସୁନକ୍‌ ନିଜର ପରାଜୟ ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବିଦାୟୀ ଭାଷଣ ରଖିଥିଲେ । ଡାଉନିଂ ଷ୍ଟ୍ରିଟ୍‌ରେ ବର୍ଷା ହେଉଥିବା ବେଳେ ସେ ଭାଷଣ ଦେଇ କହିଛନ୍ତି ଯେ, ମୁଁ ପ୍ରଥମେ ମୋର ଦେଶକୁ କ୍ଷମା ମାଗୁଛି । ମୁଁ ମୋ କାମରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । କିନ୍ତୁ ଆପଣମାନେ ସରକାର ବଦଳାଇବାକୁ ସ୍ପଷ୍ଟ ସଙ୍କେତ ଦେଇଛନ୍ତି । ଆପଣମାନଙ୍କର ନିର୍ଣ୍ଣୟ ସବୁଠାରୁ ଶ୍ରେଷ୍ଠ ନିର୍ଣ୍ଣୟ । ମୁଁ ଆପଣଙ୍କ ରାଗ, ଆପଣଙ୍କ ନିରାଶା ଭାବକୁ ଅନୁଭବ କରିପାରୁଛି ଏବଂ ଏହି କ୍ଷତି ପାଇଁ ନିଜକୁ ଦାୟୀ କରୁଛି । ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଖୁବ୍‌ ଶୀଘ୍ର ମହାମହିମ ରାଜାଙ୍କ ନିକଟକୁ ଭେଟିବାକୁ ଯିବି ।

Share