ଏଇ ଭାରତରେ

ରାଜସ୍ଥାନ ଯୋଧପୁରର ନିର୍ମଳା ଶେଖାଓ୍ବତ ଜଣେ ସିଙ୍ଗଲ ମମ୍‌ ଭାବେ ବ୍ୟବସାୟରେ ସଫଳତା ପାଇବା ସହ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ‘ମାରଓ୍ବାଡ଼ି ମ୍ୟାନଓ୍ବାର’ ନାମରେ ସେ ଫୁଡ୍‌ ବିଜ୍‌ନେସ ଚଳାଉଛନ୍ତି। ସେ ରାଜସ୍ଥାନୀ ସ୍ନାକ୍ସ, ଆଚାର ସହିତ ପାମ୍ପଡ଼ ଓ ଅନ୍ୟ ସ୍ବାଦିଷ୍ଠ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଏଗୁଡ଼ିକୁ ଅନ୍‌ଲାଇନରେ ମଧ୍ୟ ବିକ୍ରି କରୁଛନ୍ତି। ଏହି କାର୍ଯ୍ୟରେ ତାଙ୍କ ଭାଇ, ମା, ଭାଉଜ ଓ ଶ୍ୱଶୁରଘର ଲୋକେ ସହଯୋଗ କରୁଛନ୍ତି। ତାଙ୍କ ଭାଇ ଅନ୍‌ଲାଇନ ବ୍ୟବସାୟ ସମ୍ଭାଳୁଛନ୍ତି। ପ୍ରଥମେ ନିର୍ମଳା ମାସକୁ ମାତ୍ର ୧୫ ଟଙ୍କାର ଅର୍ଡର ପାଉଥିଲେ ଓ ଏବେ ପାଉଛନ୍ତି ଦେଢ଼ ଲକ୍ଷ ଟଙ୍କାର। ଏହି କାର୍ଯ୍ୟରେ ଘର ଲୋକଙ୍କ ବ୍ୟତୀତ ସେ ୩୦ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। କୋଭିଡ୍‌ ସମୟରେ ନିର୍ମଳାଙ୍କ ସ୍ବାମୀଙ୍କର ବ୍ରେନ ହାମ୍‌ରେଜରେ ଦେହାନ୍ତ ହେବା ପରେ ପରିବାର ଆର୍ଥିକ ସଙ୍କଟରେ ପଡ଼ିଯାଇଥିଲା। ପିଲାଙ୍କ ପଢ଼ା ସହ ପରିବାର ଚଳାଇବା ଲାଗି ସେ ପ୍ରଥମେ ରାଜସ୍ଥାନୀ ସ୍ନାକ୍ସ ତିଆରି କରି ବିକ୍ରି କରୁଥିଲେ। ପରେ ଚାହିଦା ବଢ଼ିବାରୁ ସ୍ନାକ୍ସ ସହିତ ଅନ୍ୟ ଉପତ୍ାଦ ବିକ୍ରି କରି ଅଧିକ ରୋଜଗାର କରିବା ସହ ନିଜକୁ ଜଣେ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି।