ଏଇ ଭାରତରେ

କର୍ନାଟକ ଚିକମାଗାଲୁରର ବି.ଜି.ସୀତାରାମନ, ବିନୟ କୁମାର ଏବଂ ରାଜୀବ ଦୀକ୍ଷିତ। ସେମାନେ ବର୍ଜ୍ୟ କାଗଜ ଓ କୃଷି ବର୍ଜ୍ୟର ପୁନଃ ବିନିଯୋଗ କରି ସେଥିରୁ କାଗଜ କପ୍‌, ଟେଟ୍ରା ପ୍ୟାକ ଓ ଟିସ୍ୟୁ ପେପର ପ୍ରସ୍ତୁତ କରୁଛନ୍ତି। ଏହାଦ୍ୱାରା ପରିବେଶ ଅନେକାଂଶରେ ପ୍ରଦୂଷଣମୁକ୍ତ ହୋଇପାରୁଛି। ସେମାନେ ଏହି ପରିବେଶ ଉପଯୋଗୀ ବିଜ୍‌ନେସ୍‌ ଆରମ୍ଭ କରିବା ପଛରେ ସୀତାରାମନଙ୍କ ପ୍ରେରଣା ରହିଛି। ସୀତାରାମନ ଜଣେ ମେକାନିକାଲ ଇଞ୍ଜିନିୟର। ତାଙ୍କର ଏକ ପେପର୍‌ ମିଲ୍‌ ଥିଲା। କିନ୍ତୁ ତାହା କୋଭିଡ୍‌ ସମୟରେ ବନ୍ଦ ହୋଇଯିବା ପରେ କାଗଜ ବର୍ଜ୍ୟର ପୁନଃ ବିନିଯୋଗ କଥା ଚିନ୍ତା କରିଥିଲେ। ପରେ ସେ ସୋସିଆଲ ଏଣ୍ଟରପ୍ରିନ୍ୟୁର ବିନୟ କୁମାର ଓ ଗ୍ରୀନ୍‌ କେମିକାଲ ଏକ୍ସପର୍ଟ ରାଜୀବ ଦୀକ୍ଷିତଙ୍କ ସହ ଆଲୋଚନା କରି ଏକ ନୂଆ ମେଶିନ ନିର୍ମାଣ କରିବାକୁ ପ୍ରସ୍ତାବ ରଖିଥିଲେ। ସେମାନେ ବହୁ ଚେଷ୍ଟା ପରେ ସେମାନଙ୍କ ଦ୍ୱାରା ଇଣ୍ଡିକ୍‌ ଇନିସିଏଟିଭସ୍‌ ଷ୍ଟାର୍ଟଅପ୍‌ ଦ୍ୱାରା ୨୦୨୨ରେ ଓ୍ବେଷ୍ଟ ପେପର ରିସାଇକେଲର୍‌ ନିର୍ମାଣ କରିବାକୁ ସକ୍ଷମ ହୋଇଥିଲେ। ପରେ ସେଥିରେ ବର୍ଜ୍ୟ କାଗଜର ରିସାଇକେଲିଂ ଆରମ୍ଭ କରିଥିଲେ। ଏଥିରେ ପ୍ରତିମାସରେ ୩୦୦୦ କେଜି ବର୍ଜକାଗଜର ପୁନଃ ବିନିଯୋଗ କରାଯାଇ ପାରୁଛି।