ଏଇ ଭାରତରେ

ଚେନ୍ନାଇ କିଲକାଟାଲ୍ଲାଇର ଉଜଭାର ସନ୍ଧାଇ ନିକଟରେ ୩୬ ବର୍ଷୀୟ ଡି ଉମା ରାନି ପ୍ରତିଦିନ ୮୦୦ ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ବିଶେଷକରି ଅନ୍ୟମାନଙ୍କ ଘରେ କାମ କରୁଥିବା ଗରିବ ମହିଳା, ଶ୍ରମିକ ଶ୍ରେଣୀର ଲୋକ କିମ୍ବା ପରିବାର ଛାଡ଼ି ଅସହାୟ ଅବସ୍ଥାରେ ରହିଥିବା ଲୋକମାନଙ୍କ ପାଇଁ ଉମା ଏହି ବ୍ୟବସ୍ଥା କରିଛନ୍ତି। କୋଭିଡ୍‌ ମହାମାରୀ ପରେ ସେ ଏହା ଆରମ୍ଭ କରିଥିଲେ। ସେତେବେଳେ ସେ ତିରୁଭାନ୍ନା ମଲାଇରେ ଜଣେ ନର୍ସିଂ ଟ୍ୟୁଟର ଭାବେ କାମ କରୁଥିଲେ। ସେହି କାର୍ଯ୍ୟରୁ ସଞ୍ଚିତ କରିଥିବା ଅର୍ଥରେ ଉମା ମାଗଣା ଖାଦ୍ୟ ଯୋଗାଇବା ଆରମ୍ଭ କରିଥିଲେ। ଦୀର୍ଘ ସାଢେ ଚାରି ବର୍ଷ ହେଲା ଏହା ସେ ଜାରି ରଖିଛନ୍ତି। ଖାଇବାକୁ ଦେଉଥିବା ସ୍ଥାନର ନାମ ରଖିଛନ୍ତି ଥାଭାମୋଝି ଅନ୍ନଧନ କୋଡାମ (ଥାଭାମୋଝି ମାଗଣା ଖାଦ୍ୟ କେନ୍ଦ୍ର)। ଏଠାରେ ସେ ଅନ୍ନ, ସମ୍ବର, ପରିବା ତରକାରି, ମାଣ୍ଡିଆ ଜାଉ ଆଦି ଦେଉଛନ୍ତି। ଏବେ ଏହି ଖାଦ୍ୟ ପ୍ରସ୍ତୁତିରେ କେତେଜଣ ସ୍ବେଚ୍ଛାସେବୀ ସହଯୋଗ କରୁଛନ୍ତି ଓ କେତେକ ବ୍ୟକ୍ତି ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି। ଏଭଳି କାର୍ଯ୍ୟ ପାଇଁ ଲୋକେ ଉମାଙ୍କୁ ‘ଅନ୍ନପୂରାଣୀ’ ଅର୍ଥାତ୍‌ ଖାଦ୍ୟଦେବୀ ବୋଲି ସମ୍ବୋଧନ କରୁଛନ୍ତି।