ଏଇ ଭାରତରେ

୮୭ ବର୍ଷ ବୟସରେ କର୍ମଚଞ୍ଚଳ ଡ. ମାୟା ଟଣ୍ଡନ। ସେ ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ସହ ଦୁର୍ଘଟଣାରେ ପ୍ରାଥମିକ ଚିକିତ୍ସା ଯୋଗାଇ ଲୋକଙ୍କ ଜୀବନ ରକ୍ଷା କରିବା ସମ୍ପର୍କରେ ଲୋକଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏବେ ସୁଦ୍ଧା ସେ ୧,୩୩,୦୦୦ ଲୋକଙ୍କୁ ପ୍ରଶିକ୍ଷଣ ଦେଇସାରିଲେଣି। ‘ସହାୟତା ଟ୍ରଷ୍ଟ’ ମାଧ୍ୟମରେ ଡ. ମାୟା ଏହି କାର୍ଯ୍ୟ କରୁଛନ୍ତି। ଆନାସ୍ଥେସିଓଲୋଜିଷ୍ଟ ଡ. ମାୟାଙ୍କ ଜନ୍ମ ଆଜ୍‌ମେରରେ। ଜୟପୁରର ସାଓ୍ବୟି ମାନ ସିଂ ହସ୍ପିଟାଲରେ କାର୍ଯ୍ୟକରି ୧୯୮୫ରେ ଅବସର ନେବା ପରେ ପାଖାପାଖି ୩୦ ବର୍ଷ ହେବ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସଡ଼କ ସୁରକ୍ଷା ଉପରେ ପ୍ରଶିକ୍ଷଣ ଦେବା ଲାଗି ପ୍ରଥମେ ରାଜସ୍ଥାନ ପୋଲିସ ଏକାଡେମୀ ତାଙ୍କୁ ଅନୁରୋଧ କରିଥିଲା ଓ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଥିଲା ତାଙ୍କର ପ୍ରଥମ ଅଭିଯାନ। ଏହା ପରଠାରୁ ସେ ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଡ଼କ ସୁରକ୍ଷା ଓ ଦୁର୍ଘଟଣାରେ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ମାଗଣାରେ ପ୍ରଶିକ୍ଷଣ ଦେଇ ଚାଲିଛନ୍ତି।