ଏଇ ଭାରତରେ

ବାୟୋଫର୍ଟିଫାଏଡ ସିଡ୍‌ସ ବା ମଞ୍ଜି ଅର୍ଥାତ୍‌ ଏହି ମଞ୍ଜିକୁ ବ୍ୟବହାର କରି ଯେଉଁ ଶସ୍ୟ ଉପତ୍ାଦନ କରାଯାଏ ସେଥିରେ ଆଇରନ, ଜିଙ୍କ୍‌, ମାଙ୍ଗାନିଜ, କପର ଆଦି ପୋଷକ ତତ୍ତ୍ୱ ଅଧିକ ରହିଥାଏ। ଏଭଳି ମଞ୍ଜି ବା ବିହନ ପ୍ରସ୍ତୁତ କରୁଛନ୍ତି ଲକ୍ଷ୍ନୌର ଐଶ୍ୱର୍ଯ୍ୟା ଭଟନାଗର ଓ ପ୍ରତୀକ ରସତୋଗୀ। ଏହି ଦମ୍ପତି ବାୟୋଫର୍ଟିଫାଏଡ ସିଡ୍‌ସ କୃଷକମାନଙ୍କୁ ଯୋଗାଇବା ସହ ଅଧିକ ପୋଷକଯୁକ୍ତ ଖାଦ୍ୟଶସ୍ୟ ଉପାଦନ କରିବାରେ ସହଯୋଗ କରୁଛନ୍ତି। ସେମାନେ ୨୦୨୦ରେ ‘ଗ୍ରୀନ ଡେ’ ସଂସ୍ଥା ପ୍ରତିଷ୍ଠା କରି ତା’ମାଧ୍ୟମରେ ଏହି କାର୍ଯ୍ୟ କରିଆସୁଛନ୍ତି। ବାୟୋଫର୍ଟିଫାଏଡ ସିଡ୍‌ସରେ ଉପତ୍ାଦନ ମଧ୍ୟ ଅଧିକ ହେଉଛି। ଫଳରେ କୃଷକମାନେ ଲାଭବାନ ହେବା ସହ ଉପଭୋକ୍ତାମାନେ ସ୍ବାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଉପକୃତ ହେଉଛନ୍ତି। ଏହି ବିହନର ଲାଭ ଏବେ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ୧୫୦୦ କୃଷକ ବ୍ୟବହାର କରୁଛନ୍ତି। ଏଶ୍ୱାର୍ଯ୍ୟା ଏବଂ ପ୍ରତୀକ ଅତ୍ୟାଧୁନିକ ତଥା ପରିବେଶ ଉପଯୋଗୀ କୃଷିକୁ ପ୍ରୋତ୍ସାହିତ କରୁଛନ୍ତି ।
ପ୍ରତୀକ ଆଇଆଇଏମ୍‌ ଅହମ୍ମଦାବାଦରୁ ଏଣ୍ଟ୍ରେପ୍ରେନ୍ୟୁଅରଶିପ ଟ୍ରେନିଂ ଶେଷ କରି କର୍ପୋରେଟ ସେକ୍ଟରରେ ଚାକିରି କରିଥିଲେ। କିନ୍ତୁ କୃଷିର ଉନ୍ନତି ପାଇଁ ତାହାକୁ ଛାଡ଼ି ସେ ଏବେ ଏହି କାର୍ଯ୍ୟ କରୁଛନ୍ତି। ଏଶ୍ୱଯର୍‌ୟା ମଧ୍ୟ ଆଇଏଚ୍‌ଏମ୍‌ରୁ ଫୁଡ୍‌ ସାଇନ୍ସ ଓ ନ୍ୟୁଟ୍ରିଶନରୁ ଡିଗ୍ରୀ ହାସଲ କରିଛନ୍ତି।