ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ ଫୁଲ ଓ ଫଳ ଚାଷ କରି ସେଥିରୁ ଘରେ ଜାମ୍‌, ଆଚାର, ସ୍କ୍ବାଶ୍‌, ଜୁସ୍‌, ଚିପ୍ସ ଆଦି ଉପତ୍ାଦ ପ୍ରସ୍ତୁତ କରୁଛନ୍ତି। ସେ ମଧ୍ୟ ବଗିଚାରେ ମହୁ ଚାଷ କରି ଲାଭ ପାଉଛନ୍ତି। ଉପତ୍ାଦଗୁଡ଼ିକୁ ବିକ୍ରି କରି ବୀଣା ମାସକୁ ୫୦,୦୦୦ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ‘ବିଜ୍‌ ଅଫ୍‌ ବୀଣା’ ନାମକ କମ୍ପାନୀ ମାଧ୍ୟମରେ ସେ ବିଜ୍‌ନେସ ଚଳାଇଛନ୍ତି ଓ ଏହା ମାଧ୍ୟମରେ ଏବେ ୧୪୦ ପ୍ରକାର ଉପତ୍ାଦ ବିକ୍ରି କରୁଛନ୍ତି। ଅଫ୍‌ଲାଇନ ଓ ଅନ୍‌ଲାଇନରେ ଉପତ୍ାଦଗୁଡ଼ିକୁ ନିଜ ରାଜ୍ୟର ବିଭିନ୍ନ ସହର ସମେତ ବେଙ୍ଗାଲୁରୁ, ଲକ୍ଷ୍ନୌ ଓ ମୁମ୍ବାଇରେ ବିକ୍ରି କରାଯାଉଛି। ବୀଣା ୨୦୧୭ରେ କୃଷି ବିଜ୍ଞାନ କେନ୍ଦ୍ରରୁ ପ୍ରଶିକ୍ଷଣ ନେଇ ପ୍ରଥମେ ମହୁ ଚାଷ କରିଥିଲେ ଓ ମହୁ ଶପ୍‌ ପ୍ରସ୍ତୁତ କରିଥିଲେ। ତା’ପରେ ବଗିଚାରେ ବହୁ କିିସମର ଫଳ ଓ ପୁଲ ଚାଷ କରି ଅଧିକରୁ ଅଧିକ ଉପତ୍ାଦ ପ୍ର୍ରସ୍ତୁତ କରିବାକୁ ଲାଗିଲେ। ଏବେ ବଗିଚାରେ ୬୦ଟି ମହୁବାକ୍ସ ଅଛି। ବଡ଼ କଥା ହେଉଛି ସେ ଜବିକ ପଦ୍ଧତିରେ ଚାଷ କରୁଛନ୍ତି। ଗଛରେ ରାସାୟନିକ ସାର ବଦଳରେ ବିଭନ୍ନ ବର୍ଜ୍ୟରୁ ପ୍ରସ୍ତୁତ ଜୈବିକ ଖତ ଓ ଜିଆ ଖତ ପ୍ରୟୋଗ କରୁଛନ୍ତି।