ଜେନେଭା,୨୦।୪ : ମିଳିତ ଜାତିସଂଘର ଜନସଂଖ୍ୟା ରିପୋର୍ଟ ୨୦୨୩ରେ ଶିକ୍ଷା, ପ୍ରଜନନ ସ୍ବାସ୍ଥ୍ୟ, ପରିବାର ଯୋଜନା, ଯୌନ ସମ୍ପର୍କ, ଭାରତରେ ମହିଳାମାନେ ଗ୍ରହଣ କରିଥିବା ଶିକ୍ଷା ବିଷୟରେ ଆଲୋଚନା କରାଯାଇଥିଲା। ଶିକ୍ଷା, ସ୍ବାସ୍ଥ୍ୟ ସେବା, ଯୌନ ସମ୍ପର୍କ ପାଇଁ ସମ୍ମତି ଭଳି କେତେକ ବିଷୟ ଉପରେ ଭାରତ ବିଶ୍ୱରେ ହାରାହାରି ଅପେକ୍ଷା ଭଲ ପ୍ରଦର୍ଶନ କରିଛି। ଏହା ସହିତ ଆମ ଦେଶ ମଧ୍ୟ କେତେକ କ୍ଷେତ୍ରରେ ପଛରେ ପଡିଛି ।
୨୦୨୦-୨୧ ରେ ୧୫ରୁ ୧୯ ବର୍ଷ ବୟସର ୧୦୦୦ ଝିଅଙ୍କ ମଧ୍ୟରୁ ୧୧ ଜଣ ମା’ ହେଉଛନ୍ତି। ଦେଶରେ ୧୦୦୬ ରୁ ୨୦୨୨ ମଧ୍ୟରେ ୨୩ ପ୍ରତିଶତ ଝିଅ ୧୮ ବର୍ଷ ହେବା ପୂର୍ବରୁ ବିବାହ କରିଥିଲେ। ଏହି ଦୃଷ୍ଟିକୋଣରୁ ବିଶ୍ୱର ହାରାହାରି ସଂଖ୍ୟା ୨୧ ପ୍ରତିଶତ ରହିଛି ବୋଲି ଜଣାପଡିଛି।
ପ୍ରାରମ୍ଭିକ ମାତୃତ୍ୱ ଉଭୟ ମା’ ଏବଂ ଶିଶୁଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ। ଏପରିସ୍ଥଳେ ବିଶ୍ୱର ହାରାହାରି ସଂଖ୍ୟା ୪୧ ପ୍ରତିଶତ ଥିଲା। ଯାହା ଭାରତ ତୁଳନାରେ ବହୁତ ଖରାପ ଥିଲା।
୨୦୧୮ରେ, ୧୮ ପ୍ରତିଶତ ମହିଳା ଗତ ୧୨ ମାସ ମଧ୍ୟରେ ନିଜ ସାଥୀଙ୍କ ନିର୍ଯାତନାର ଶିକାର ହୋଇଥିଲେ। ପୃଥିବୀରେ ଏହି ଆକଳନ ୧୩ ପ୍ରତିଶତ ରହିଥିଲା।