ଏଇ ଭାରତରେ

ଭ୍ରମଣ ମଧ୍ୟରେ କିଛି ବିପଦ ଆଉ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ଥିଲେ ତାହା ଏକ ନିଆରା ଅନୁଭବ ଦିଏ ବୋଲି କହନ୍ତି ମୁମ୍ବାଇର ନେହାଲ ଶାହା। ସେ ବହୁ ବିପଜ୍ଜନକ ଭ୍ରମଣ କରିବା ପରେ ଏବେ ଅଭିଭାବକ ଓ ପିଲାମାନଙ୍କ ପାଇଁ ଭ୍ରମଣର ସୁବିଧା ଯୋଗାଇ ଦେଉଛନ୍ତି। ସେ ପାହାଡ଼ ଚଢ଼ିବା, ମରୁଭୂମିରେ ଯାତ୍ରା କରିବା, ନଦୀ ପାର ହେବା ଓ ଘଞ୍ଚ ଜଙ୍ଗଲ ଭ୍ରମଣର ଅନୁଭବ ସାଉଁଟିଛନ୍ତି। ୨୦୧୬ରେ ‘ହାର୍ଟ ଆଣ୍ଡ ସଏଲ’ ସଂସ୍ଥା ଗଠନ କରି ଏବେ ସୁଦ୍ଧା ୨,୦୦୦ରୁ ଅଧିକ ପରିବାର ଓ ପିଲାଙ୍କୁ ବିଭିନ୍ନ ସ୍ଥାନକୁ ଭ୍ରମଣରେ ନେଇ ପରିବେଶ ମନସ୍କ କରିପାରିଛନ୍ତି। ଏଥିପାଇର୍ଁ ସେ ‘ମୁମ୍ବାଇ ମମ୍‌’ ନାମରେ ପରିଚିତ। ପିଲମାନେ ବନ୍ଦ ଘରେ କେବଳ ରହିବା ଲାଗି ଜନ୍ମ ନେଇନାହାନ୍ତି, ବରଂ କଠିନ ସ୍ଥିତିରେ ଭ୍ରମଣ କରି ପରିବେଶକୁ ଉପଭୋଗ କଲେ ସେମାନଙ୍କ ମଧ୍ୟରେ ସାହସ ଓ ପରିବେଶ ପ୍ରତି ଭଲ ପାଇବା ସୃଷ୍ଟି ହେବ ବୋଲି କୁହନ୍ତି ନେହାଲ। ପ୍ରଥମ ଟ୍ରିପ୍‌ରେ ୩୦ରୁ ଅଧିକ ଲୋକ ଯାଇଥିଲେ। ଏବେ ପ୍ରତି ଟ୍ରିପ୍‌ରେ ଏହାଠାରୁ ଅଧିକ ଲୋକ ଯାଉଛନ୍ତି। ନେହାଲ କିଚେନ ଗଠନ କରି ଏଥିରେ ସ୍ନାକ୍ସ ତିଆରି କରୁଛନ୍ତି ଓ ତାହାକୁ ଭ୍ର୍ରମଣକାରୀଙ୍କୁ ଦେଉଛନ୍ତି।