ଏଇ ଭାରତରେ

ବାଉଁଶରେ ନିର୍ମିତ ବିଭିନ୍ନ ଉପକରଣ ଦେଖିଛନ୍ତି ଓ ବ୍ୟବହାର ମଧ୍ୟ କରୁଛନ୍ତି। କିନ୍ତୁ ବାଉଁଶରେ ସାଇକେଲ ତିଆରି ହେବା ଓ ରାସ୍ତାରେ ଚାଲିବା ନିଶ୍ଚିତ ଭାବେ ଏକ ଅଜବ ଘଟଣା। ବିହାର ସମସ୍ତିପୁର ବାସିନ୍ଦା ଅମରେଶ କୁଶଓ୍ବା ଏଭଳି ସାଇକେଲ ନିର୍ମାଣ କରିଛନ୍ତି। ସେ ବିଭିନ୍ନ କମ୍ପାନୀ ଦ୍ୱାରା ବଜାରକୁ ଆସୁଥିବା ଲୁହାସାଇକେଲର ମଡେଲକୁ ଦେଖି ବାଉଁଶରେ ସେଭଳି ସାଇକେଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ନିଜସ୍ବ ଉଦ୍ୟମ ଓ ଜ୍ଞାନକୌଶଳ ଉପଯୋଗ କରି ମାତ୍ର ୨୫ ଦିନରେ ବାଉଁଶରେ ସାଇକେଲ ନିର୍ମାଣ ଶେଷ କରିଛନ୍ତି। ଏହି ସାଇକେଲର ମୂଲ୍ୟ ୫୦୦ ଟଙ୍କା। ଏହାକୁ ସେ ୧୫ ଅଗଷ୍ଟରେ ଲଞ୍ଚ୍‌ କରିଥିଲେ। ଏହି ସାଇକେଲର ଟାୟାର ରବର ହୋଇଥିବାବେଳେ ଆଉ ସବୁ ପାର୍ଟସ୍‌ ବାଉଁଶରେ ନିର୍ମିତ। ନାମୀଦାମୀ କମ୍ପାନୀଗୁଡ଼ିକ ଦ୍ୱାରା ନିର୍ମିତ ସାଇକେଲ ମୂଲ୍ୟ ପାଖାପାଖି ୧୦,୦୦୦ ଟଙ୍କା ହୋଇଥିବାରୁ ଗରିବ ଲୋକେ ବାଉଁଶ ସାଇକେଲ ସହଜରେ କଣିପାରିବେ ବୋଲି କୁହନ୍ତି ଅମରେଶ। ଏବେ ଏହି ସାଇକେଲ ଦେଖିବାକୁ ବିହାରର ବିଭିନ୍ନ ଅଞ୍ଚଳରୁ ଲୋକମାନେ ତାଙ୍କ ଘରକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରକ୍ଷା ବିଶେଷଜ୍ଞରୁ ପ୍ରଧାନମନ୍ତ୍ରୀ

ବିବାହ ପରେ ମହିଳାମାନେ ସ୍ବାମୀଙ୍କ ସାଙ୍ଗିଆରେ ପ୍ରାୟତଃ ପରିଚିତ ହେଉଥିବା ଦେଖିବାକୁ ମିଳେ। ଭାରତରେ ମଧ୍ୟ ସମାନ ସ୍ଥିତି। କିନ୍ତୁ ଏଠାରେ ସେଥିପାଇଁ କିଛି ଆଇନ...

ଦୁର୍ନୀତିର ଚେର

ବୈକୁଣ୍ଠନାଥ ମିଶ୍ର ପ୍ରାକ୍‌ ସ୍ବାଧୀନତା କାଳରେ ବିଦେଶୀ ଶାସକଙ୍କ ଉତ୍ପୀଡ଼ନରେ ଦେଶବାସୀ ଅକଥନୀୟ ଦୁରବସ୍ଥା ଭୋଗୁଥିଲେ । ଆଶାଥିଲା ବିଦେଶୀ ଶାସନର ଅବସାନ ପରେ ସ୍ବଦେଶୀ...

ଭାଜପାର ଆଧାର

ଆସନ୍ତା ବର୍ଷ ୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭୫ ବର୍ଷ ବୟସ ହୋଇଯିବ ଏବଂ ଏହାର ଦଶ ଦିନ ପରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)କୁ...

ମା’ର ବୈଜ୍ଞାନିକ ଦୃଷ୍ଟିକୋଣ

ପ୍ରକୃତି ଓ ପ୍ରାକୃତିକ ଘଟଣା ଆମକୁ ସବୁ ସମୟରେ ଆକର୍ଷିତ କରିଆସିଛି। ଆମେ ଆଖି ଖୋଲିଲେ ବିଭିନ୍ନ ପ୍ରକାର ଜିନିଷ ଆମ ନଜରରେ ପଡ଼େ। ବିଭିନ୍ନ...

କୃଷି କଷଣର ଶେଷ କାହିଁ

ଗତ କିଛି ବର୍ଷ ହେବ ଯେଉଁ ଦଳର ସରକାର ହୋଇଥାଉନା କାହିଁକି, ଯିଏ ବି ଅର୍ଥମନ୍ତ୍ରୀ ହୋଇଥାଆନ୍ତୁ, ବଜେଟ ଭାଷଣ ଆରମ୍ଭ କରିବା ସମୟରେ ସମସ୍ତେ...

ବନ୍ୟା ପ୍ରଭାବ

ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ କ୍ରମେ ପଶ୍ଚିମବଙ୍ଗର ଶକ୍ତି ସଚିବ ଶାନ୍ତନୁ ବସୁ ଦାମୋଦର ଉପତ୍ୟକା ନିଗମ (ଡିଭିସି) ବୋର୍ଡ ପଦବୀରୁ ଇସ୍ତଫା ଦେଇଥିବା ଇମେଲ୍‌ରେ ଘୋଷଣା...

ସଞ୍ଚୟ ଓ ସଂଶୟ

ମଣିଷ ଭବିଷ୍ୟତକୁ ଆଖିଆଗରେ ରଖି କାଳେ କିଛି ଖରାପ ବେଳ ଆସିପାରେ ବା ଆଗକୁ କିଛି ବଡ଼ ଖର୍ଚ୍ଚ ପଡ଼ିପାରେ, ତାହାକୁ ସହଜରେ ସମାହିତ କରିବା...

ଜଳବାୟୁ ପଦକ୍ଷେପରେ ଜନ ଭାଗୀଦାରି

ପ୍ରାୟ ଦଶବର୍ଷ ପୂର୍ବେ ପ୍ୟାରିସ୍‌ରେ ଦେଶମାନେ ଏକାଠି ହୋଇ ଜଳବାୟୁ ବିପର୍ଯ୍ୟୟ ହ୍ରାସ ପାଇଁ ପଦକ୍ଷେପ ନେବାକୁ ଏକମତ ହୋଇଥିଲେ। କିନ୍ତୁ ଶକ୍ତି, ପରିବହନ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri