ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ ସ୍ବଚ୍ଛତା ଆଣିପାରିଛନ୍ତି। ମନୋଜ ରାଞ୍ଚିର ହର୍ମୁ ହାଉସିଂ କଲୋନିରେ ରୁହନ୍ତି। ପେସାରେ ସେ ଜଣେ ଶିକ୍ଷକ। ସ୍କୁଲ ସମୟ ପରେ ସେ ବଗିଚା କାମରେ ଲାଗିଯାଆନ୍ତି। କଲୋନିର ରାସ୍ତା କଡ଼ରେ ଗୋଟିଏ ସ୍ଥାନରେ ସବୁବେଳେ ଅଳିଆ ଜମା ରହି ପରିବେଶ ପ୍ରଦୂଷଣ କରୁଥିବାରୁ ସେଠାରେ ଏଭଳି ବଗିଚା କରିଛନ୍ତି। ସେ ଏହି ବଗିଚାରେ ୨୦୦ ପ୍ରକାର ଗଛ ଲଗାଇଛନ୍ତି। ଅଦରକାରୀ ଭାବେ ପଡ଼ି ରହିଥିବା କୁଣ୍ଡସବୁ ସଂଗ୍ରହକରି ସେଥିରେ ଗଛ ଲଗାଇଛନ୍ତି। ଏଥିମଧ୍ୟରେ ବହୁ ଓଷଧୀୟ ଓ ସୌନ୍ଦର୍ଯ୍ୟବର୍ଦ୍ଧକ ଗଛ ରହିଛି। ଏହି ବଗିଚା ଆକର୍ଷଣୀୟ ହୋଇଥିବାରୁ ସେଠାରେ ଲୋକଙ୍କ ଭିଡ଼ ଜମୁଛି ଏବଂ ସେମାନେ ସେଲ୍‌ଫି ନେଉଛନ୍ତି। ବଗିଚା ଆରମ୍ଭ କରିବା ସମୟରେ ଫୁଲକୁଣ୍ଡ ଓ ଗଛଗୁଡ଼ିକୁ ଲୋକେ ନେଇଯାଉଥିଲେ। କିନ୍ତୁ ସେମାନେ ଏହାର ଗୁରୁତ୍ୱ ଉପଲବ୍ଧି କରିବା ପରେ ସହଯୋଗ କରିବାକୁ ଆଗେଇ ଆସିଥିଲେ। ମନୋଜଙ୍କ ୨ ଝିଅ ଏହି ବଗିଚାର ଯତ୍ନନେବାରେ ତାଙ୍କୁ ସାହାଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତିର ମରୀଚିକା

ଉପଯୁକ୍ତ ଜୀବିକା ଓ କର୍ମନିଯୁକ୍ତି ପ୍ରତ୍ୟେକ ମନୁଷ୍ୟକୁ ବିକାଶ ଦିଗକୁ ଟାଣି ନେଇଥାଏ। ନିଯୁକ୍ତି ଦେଇଥାଏ ନୂଆ ଆଶାର ଆଲୋକ, ଯାହା ଫଳରେ ବ୍ୟକ୍ତିଟିଏ ନିଜ...

ବାକ୍‌ ସଂଯମ: ଏକ ସାଧନା

ଷୋଡ଼ଶ ଶତାବ୍ଦୀର ଏକ ଘଟଣାରୁ ପ୍ରବନ୍ଧଟି ଆରମ୍ଭ କରୁଛି। ଇଂରେଜ ମନୀଷୀ ଥୋମାସ୍‌ କୁପାର ଆଠବର୍ଷ କଠିନ ପରିଶ୍ରମ କରି ଏକ ଅଭିଧାନ ସଂକଳନ କରୁଥିଲେ।...

୩୦ ବର୍ଷ ପୂର୍ବରୁ ଓ ପରେ

ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଦେଶ ସେମାନଙ୍କ ମାନବ ଶକ୍ତିକୁ ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ବିନିଯୋଗ କରିପାରିଛନ୍ତି। ଏହି କ୍ରମରେ ଭାରତ ପାଇଁ ଏଭଳି କରିବା...

ଏଇ ଭାରତରେ

ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୪ ବର୍ଷୀୟ ନାରାୟଣନ୍‌ କନାଲୟାମ। ତାଙ୍କ ଫାର୍ମରେ ୮୭...

ଉଦ୍‌ଘାଟନୀ ଉପକଥା

ଟିଏ ଘଟଣା ବିଷୟରେ ଚିନ୍ତା କରାଯାଉ। ପରିବେଶ ସୁରକ୍ଷା ଉପରେ ରାଜ୍ୟସ୍ତରୀୟ କର୍ମଶାଳା ହେଉଥିବ। ଆବଦ୍ଧ ସଭାଗୃହ ମଧ୍ୟରେ ଭରି ରହିଥିବେ ଦର୍ଶକ। ସାଜସଜ୍ଜା ବେଶ୍‌...

ଫ୍ରାନ୍ସିସ୍‌ଙ୍କ ଯୁଗ

୨୧ ଏପ୍ରିଲରେ ପୋପ୍‌ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ରୋମାନ କାଥୋଲିକ ଚର୍ଚ୍ଚର ୨୦୦୦ ବର୍ଷ ପୁରୁଣା ପୋପ୍‌ ଇତିହାସରେ ଏକ ବିରଳ...

ଆପେ ବଞ୍ଚିଲେ ବାପର ନାଁ

ଗୋଟେ କଥା ଅଛି ‘ଆପେ ବଞ୍ଚିଲେ ବାପର ନାଁ’। ଅନେକ ସମୟରେ ମଣିଷ ଯେତେବେଳେ ସ୍ବାର୍ଥସର୍ବସ୍ବ ହୁଅନ୍ତି, ସେତେବେଳେ ଏହି ଉକ୍ତିଟି ବ୍ୟବହାରକରି ନିଜ କାମର...

ଏଇ ଭାରତରେ

ନିନ୍ଦା, ଟାହିଟାପରା କରିବା ଲୋକେ ତ ସମାଜରେ ଅନେକ ମିଳନ୍ତି, କିନ୍ତୁ ଲୋକନିନ୍ଦାକୁ ନିଜର ସାମର୍ଥ୍ୟ କରି ଗଢ଼ି ତୋଳନ୍ତି କ୍ୱଚିତ୍‌। ଏମିତି ଜଣେ ବ୍ୟକ୍ତିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image