ଏଇ ଭାରତରେ

କର୍ପୋରେଟ ଚାକିରି ଛାଡ଼ି ହିମାଳୟର ଦାର୍ଜିଲିଂ ନିକଟସ୍ଥ ଗାଁଗୁଡ଼ିକୁ ବର୍ଜ୍ୟମୁକ୍ତ କରିବାରେ ଲାଗିଛନ୍ତି ଉତ୍ସ ପ୍ରଧାନ। ସେ ସ୍ଥାନୀୟ ପରମ୍ପରା ଓ ହିମାଳୟର କ୍ଷତିଗ୍ରସ୍ତ ପରିସଂସ୍ଥାର ପୁନରୁଦ୍ଧାର କରିବା ସହ ଗାଁଗୁଡ଼ିକୁ ପରିବେଶ ଉପଯୋଗୀ କରୁଛନ୍ତି। ଉତ୍ସଙ୍କ ବୟସ ଏବେ ୪୩। ସେ ଏଡ୍‌ଟେକ କମ୍ପାନୀରୁ ଚାକିରି ଛାଡ଼ି ୨୦୧୫ରେ ତାଙ୍କ ଗାଁକୁ ଆସିଥିଲେ। ପ୍ରଥମେ ତାଙ୍କ ପୈତୃକ ସମ୍ପତ୍ତିରେ ଠୁଳ ହୋଇଥିତ୍ବା ପ୍ଲାଷ୍ଟିକ ବର୍ଜ୍ୟ ସଫା କରିବା ପରେ ସେ ‘ଟିଡି’ ଅର୍ଥାତ୍‌ ‘ଟେକ୍‌ ଇଟ ଇଜି, ଇଜି ଡଜ୍‌ ଇଟ୍‌’ ଅଭିଯାନ ଆରମ୍ଭ କରିଥିଲେ। ନିଜ ଗାଁ ରାଜହତାକୁ ବର୍ଜ୍ୟମୁକ୍ତ କରିବା ପରେ ଏବେ ଆଖପାଖ ତିନୋଟି ଗାଁରେ ବର୍ଜ୍ୟ ପରିଚାଳନା କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରତି ଗାଁର ଛକରେ ଡଷ୍ଟବିନ ରଖିଛନ୍ତି। ସବୁ ଗାଁରୁ ବର୍ଜ୍ୟ ସଂଗ୍ରହ କରାଯାଇ ସେଗୁଡ଼ିକୁ ରିସାଇକେଲ ପାଇଁ ପଠାଯାଉଛି। ଏଥିପାଇଁ ସେ ଏକ ଟିମ୍‌ ଗଠନ କରିଛନ୍ତି। ଉତ୍ସ ଓ ତାଙ୍କ ଟିମ୍‌ ମଧ୍ୟ ବୃକ୍ଷରୋପଣ କରିବା ସହ ବାଉଁଶ କାରିଗରିର ପୁନରୁଦ୍ଧାର କରୁଛନ୍ତି। ଝରଣାଗୁଡ଼ିକୁ ବର୍ଜ୍ୟମୁକ୍ତ ରଖିବା ଲାଗି ମଧ୍ୟ ପଦକ୍ଷେପ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶ କୁଆଡ଼େ ଯାଉଛି

ଜିକାଲି ନିଧିଆ ବାପାଙ୍କୁ ଭୁଲିବା ବେମାର ଧରିଛି। ସେ ଯାହା ବି କହୁଛନ୍ତି , ତାକୁ ପୁନରାବୃତ୍ତି କରୁଛନ୍ତି। ଜ୍ଞାନୀ ଏବଂ ତାଙ୍କ ସଂସ୍ପର୍ଶରେ ଆସୁଥିବା...

ଛାତ୍ର ଶକ୍ତି, ରାଷ୍ଟ୍ରର ଶକ୍ତି

କଟରେ ଭାରତ ଓ ପଡ଼ୋଶୀ ବାଂଲାଦେଶରେ ଦୁଇଟି ଆନ୍ଦୋଳନାତ୍ମକ ଘଟଣା ଘଟିଯାଇଛି, ଯାହା ଛାତ୍ର ଶକ୍ତିର ପରାକାଷ୍ଠାକୁ ପୁଣି ଥରେ ପ୍ରତିପାଦିତ କରିଛି। ସାଧାରଣ ଜନତା...

ଏକ ନମ୍ବର ପଛରେ

ଏକ ନମ୍ବରରେ ରହିବା ପାଇଁ ଏବେ ଚାରିଆଡ଼େ କସରତ ହେଉଛି। ପୂର୍ବରୁ ଭାବୁଥିଲୁ ଯେ, ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିବାକୁ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ସବୁକିଛି...

ଏଇ ଭାରତରେ

ଭୁଲ କାମ ପାଇଁ ପିଲାମାନଙ୍କୁ ମା’ବାପା ଦଣ୍ଡ ଦିଅନ୍ତି ସତ କିନ୍ତୁ ଦଣ୍ଡ ଦେବା ପରେ ନିଜେ ବହୁତ କଷ୍ଟ ପାଆନ୍ତି। ଏମିତିକି ଦଣ୍ଡ ଦେବା...

ପ୍ରଣାମ ମାହାତ୍ମ୍ୟ

ପିତାମହ ଭୀଷ୍ମ ମନଯୋଗ ସହ ଯୁଦ୍ଧ କରୁ ନ ଥିବା ଅଭିଯୋଗ କରି ଦୁର୍ଯ୍ୟୋଧନ ତାଙ୍କ ପ୍ରତି କଟୁ ଶବ୍ଦ ପ୍ରୟୋଗ କଲା ପରେ ପିତାମହ...

ଆତ୍ମହତ୍ୟା: ସାମାଜିକ ଓ ସ୍ବାସ୍ଥ୍ୟ ସମସ୍ୟା

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ ମୁତାବକ ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ଦଶ ଲକ୍ଷ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଛନ୍ତି। ଅର୍ଥାତ ପ୍ରତି ଦିନ...

ଅନ୍ଧବିଶ୍ୱାସ କରିଦେଉଛି ଅନ୍ଧ

ଇଂଲିଶ ମିଡିୟମ ସ୍କୁଲରେ ପଢ଼ି ବଡ଼ ହେଇହେବ ଓ ତାଙ୍କ ପୂର୍ବ ପୁରୁଷଙ୍କଠାରୁ ଉତ୍ତମ ଶିକ୍ଷା ପାଇବା ଆଶା ରଖି ଉତ୍ତରପ୍ରଦେଶ ହାଥରାସ ଜିଲା ନିକଟବର୍ତ୍ତୀ...

ଏଇ ଭାରତରେ

ବାଉଁଶରେ ନିର୍ମିତ ବିଭିନ୍ନ ଉପକରଣ ଦେଖିଛନ୍ତି ଓ ବ୍ୟବହାର ମଧ୍ୟ କରୁଛନ୍ତି। କିନ୍ତୁ ବାଉଁଶରେ ସାଇକେଲ ତିଆରି ହେବା ଓ ରାସ୍ତାରେ ଚାଲିବା ନିଶ୍ଚିତ ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri