ଏଇ ଭାରତରେ

ଉତ୍ତରପ୍ରଦେଶ ସମ୍ବଲ ଜିଲାର ଜୀବନରେଖା ହେଉଛି ସୋତ୍‌ ନଦୀ। ଏହା ଜବରଦଖଲ ଯୋଗୁ ବହୁ ଦଶନ୍ଧି ହେଲା ଏଥିରେ ଜଳପ୍ରବାହ ବାଧାପ୍ରାପ୍ତ ହୋଇଥିଲା। ହେଲେ ସମ୍ବଲର ପୂର୍ବତନ ଜିଲାପାଳ ମନିଶ ବନ୍‌ସଲଙ୍କ ଚେଷ୍ଟା ଯୋଗୁ ୧୧୦କି.ମି. ଦୀର୍ଘ ଏହି ନଦୀର ପୁନରୁଦ୍ଧାର ସମ୍ଭବ ହୋଇପାରିଛି। ଏହି ନଦୀ ଗଙ୍ଗାର ଏକ ଉପନଦୀ। ୭୧ଟି ଗ୍ରାମପଞ୍ଚାୟତ ଦେଇ ପ୍ରବାହିତ ସୋତ୍‌ ନଦୀରୁ ଜବରଦଖଲ ଉଚ୍ଛେଦ କରିବା ସକାଶେ ମନିଶ କ୍ଷେତ୍ର ପରିଦର୍ଶନ କରି ଯୋଜନା ପ୍ରସ୍ତୁତ କରିଥିଲେ। ମହାମତ୍ା ଗାନ୍ଧୀ ନ୍ୟାଶନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଆକ୍ଟ(ଏମ୍‌ଜିଏନ୍‌ଆର୍‌ଇଜିଏ)ରେ ନଦୀ ପ୍ରବାହିତ ପଞ୍ଚାୟତଗୁଡ଼ିକରେ ଲୋକମାନଙ୍କ ଦ୍ୱାରା ଶଯ୍ୟା ଖୋଳି ଜଳ ସ୍ରୋତକୁ ସ୍ବାଭାବିକ କରିପାରିଥିଲେ। ୨୦୨୨ରେ ଏହି ଯୋଜନା ଆରମ୍ଭ କରାଯାଇ ୨୦୨୩ ଜୁନ୍‌ରେ କାର୍ଯ୍ୟ ଶେଷ କରାଯାଇଥିଲା। ମନିଶ ବନସଲ ଏବେ ଶାହାରଙ୍ଗପୁର ଜିଲାପାଳ ଭାବେ କାର୍ଯ୍ୟରତ।