ଏଇ ଭାରତରେ

କର୍ନାଟକର ସୁରେଶ ଏସ୍‌ ଆର ଓ ତାଙ୍କ ସ୍ତ୍ରୀ ମୈଥିଲି ଗୁଆ ଗଛର ପତ୍ର ଓ ଖୋଳପାରୁ କୃତ୍ରିମ ଚମଡ଼ା ଭଳି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ଏହାକୁ କୁହାଯାଉଛି ଭେଗାନ ଲେଦର। ଏହା ଏକ ପରିବେଶ ଉପଯୋଗୀ କାର୍ଯ୍ୟ। କାରଣ ପଶୁ ଚମଡ଼ାରେ ବ୍ୟାଗ କିମ୍ବା ହଳେ ଚପଲ ତିଆରି କରିବା ଲାଗି ଅନେକ କେ.ଜି. କାର୍ବନ ଡାଇଅକ୍ସାଇଡ ନିର୍ଗମନ ହେଉଥିବାବେଳେ ସୁରେଶଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାକୃତିକ ଚମଡ଼ାରେ ବହୁତ କମ୍‌ କାର୍ବନ ନିର୍ଗମନ ହେଉଛି। ଏହି ଭେଗାନ ଲେଦର ଲାଗି ପାଣି କମ ଲାଗୁଛି ଏବଂ ଏହା ସମ୍ପୂର୍ଣ୍ଣ ରାସାୟନମୁକ୍ତ। ଶିବମୋଗା ନିବାସୀ ସୁରେଶ ଏଗ୍ରି ଭେଞ୍ଚର ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ସେମାନେ ୧ ଏକରରୁ ୪,୦୦୦ରୁ ୪,୫୦୦ ଗୁଆ ପତ୍ରର ଖୋଳପା ପାଉଛନ୍ତି। ଭେଗାନ ଲେଦରରୁ ଚପଲ, ବ୍ୟାଗ ଓ ଅନ୍ୟାନ୍ୟ ସୌଖୀନ ଜିନିଷ ତିଆରି ହେଉଛି। ଏଗୁଡ଼ିକୁ ମହାରାଷ୍ଟ୍ର ଓ କର୍ନାଟକ ସମେତ ବିଭିନ୍ନ ରାଜ୍ୟରେ ବିକ୍ରି କରାଯାଉଛି।