ଏଇ ଭାରତରେ

ମଇଁଷିର ଦାମ୍‌ ସର୍ବାଧିକ ୨୩ କୋଟି ଟଙ୍କା ଏବଂ ଏଥିରେ ଏକାଧିକ ରୋଲ୍ସ ରଏସ କିମ୍ବା ମର୍ସିଡିଜ କାର୍‌ କିଣାଯାଇପାରିବ। କେବଳ ଏତିକି ନୁହେଁ ୨୦ଟି ଲକ୍‌ଜ୍ୟୁରି ହାଉସ ମଧ୍ୟ କିଣିହେବ। ଏକଥା ହୁଏତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ। ମାତ୍ର ଏଭଳି ଧରଣର ମଇଁଷି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୃଷି ବିଶ୍ୱବିଦ୍ୟାଳୟରେ ଆୟୋଜିତ ମେଳାରେ। ଏହାର ନାମ ଅନମୋଲ ଓ ମାଲିକ ହେଉଛନ୍ତି ଜଗତ୍‌ ସିଂ। ପ୍ରତିଦିନ ଏହି ମଇଁଷି ୫ କେଜି କ୍ଷୀର, ୪ କେଜି ଅଙ୍ଗୁର ରସ, ୩୦ଟି କଦଳୀ, ୨୦ଟି ଅଣ୍ଡା, ୨୫୦ ଗ୍ରାମ ଆଲମଣ୍ଡ ସହିତ ଚାରା ଖାଏ। ଅନମୋଲ ଦିନକୁ ଦୁଇଥର ଗାଧାଏ ଏବଂ ସୋରିଷ ଓ ଆଲମଣ୍ଡ ତେଲରେ ତା’ ଶରୀରକୁ ମାଲିସ କରାଯାଇଥାଏ। ଏହାର ସିମେନ ବିକ୍ରି କରି ମାସକୁ ୪-୫ ଲକ୍ଷ ଟଙ୍କା ରୋଜଗାର କରୁଥିବା କୁହନ୍ତି ଜଗତ। ସେଠାରେ ମଧ୍ୟ ୯ କୋଟି ଓ ୧୦ କୋଟି ଟଙ୍କା ମୂଲ୍ୟର ମଇଁଷି ଆସିଥିଲେ। ତେବେ ଏତେ ଦାମ୍‌ ସତ୍ତ୍ୱେ ଏହି ମଇଁଷିଙ୍କୁ ବିକ୍ରି କରାଯାଏ ନାହିଁ, ବରଂ ଖୁବ୍‌ ଯତ୍ନରେ ଏମାନଙ୍କ ରକ୍ଷଣାବେକ୍ଷଣ କରାଯାଏ। ବିଶ୍ୱବିଦ୍ୟାଳୟର ଅଧିକାରୀଙ୍କ କହିବା ଅନୁସାରେ ଏହି ସବୁ ମଇଁଷିଙ୍କୁ କୃତ୍ରିମ ଗର୍ଭଧାରଣ ନିମନ୍ତେ ବ୍ୟବହାର କରାଯାଉଛି। ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ଏମାନଙ୍କ ସିମେନ୍‌ର ଚାହିଦା ରହିଛି।