ଏଇ ଭାରତରେ

ପିଲାଙ୍କ ଖୁସି ପାଇଁ ମା’ ବାପା ନିଜ ଜୀବନ ଦେବାକୁ ବି ପଛାନ୍ତି ନାହିଁ। କିନ୍ତୁ କେହି କେବେ ନିଜ ସନ୍ତାନକୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରିପାରେ ଏକଥାକୁ ସହଜରେ ବିଶ୍ୱାସ କରିହେବନି। ହେଲେ ଏମିତି ଏକ ଅଜବ ଘଟଣା ଘଟିଛି ମଧ୍ୟପ୍ରଦେଶ ଗ୍ବାଲିୟରର ଛାବନୀ ଥାନା ଅଞ୍ଚଳରେ। ଏଠାରେ ହସନ ଖାନ୍‌ ନାମକ ଜଣେ ବ୍ୟକ୍ତି ନିଜ ପୁତ୍ର ଇରଫାନ୍‌ ଖାନ୍‌କୁ ସୁପାରି ଦେଇ ହତ୍ୟା କରିଛନ୍ତି।
ପୋଲିସର ସୂଚନା ଅନୁସାରେ ଇରଫାନ୍‌ ସବୁବେଳେ ନିଶାରେ ରହୁଥିଲେ ଓ ବାପା ହସନ ସହିତ ପରିବାର ଲୋକଙ୍କୁ ନିର୍ଯାତନା ଦେଉଥିଲେ। ପୁଅଠାରୁ ସବୁବେଳେ ମାଡଗାଳି ଖାଇ ବହୁ କଷ୍ଟରେ ରହୁଥିଲେ ହସନ। ପ୍ରତିବାଦ କଲେ କୌଣସି ଫଳ ହେଉ ନ ଥିଲା ବରଂ ସେ ହିଂସ୍ର ପାଲଟି ଯାଉଥିଲେ। ପରିବାର ଲୋକଙ୍କୁ ମଧ୍ୟ ସେ ପ୍ରତିଦିନ ମାରପିଟ କରୁଥିଲେ। ଏକ ଭୟଙ୍କର ନିଶାଡି ଭଳି ମାରପିଟ କରି ଘରୁ ଟଙ୍କା ନେଇ ନିଶା ଖାଉଥିଲେ ଓ ଜୁଆ ଖେଳୁଥିଲେ। ବିଭିନ୍ନ ସ୍ଥାନରେ ମହିଳାଙ୍କୁ ଖରାପ ବ୍ୟବହାର ବି କରୁଥିଲେ। ଏଥିପାଇଁ ସବୁଦିନ ଘରେ ତାଙ୍କ ପାଇଁ ଅଶାନ୍ତି ସୃଷ୍ଟି ହେଉଥିଲା। ତେଣୁ ପୁଅର ବ୍ୟବହାରରେ ଅତିଷ୍ଠ ହୋଇ ତାକୁ ମାରିଦେବା ପାଇଁ ଚିନ୍ତା କରିଥିଲେ ହସନ। ଶେଷରେ ସେ ସୁପାରିକିଲର ମାଧ୍ୟମରେ ୫୦ହଜାର ଟଙ୍କା ଦେଇ ଇରଫାନ୍‌ଙ୍କ ହତ୍ୟା ହରାଇଥିଲେ।