ଏଇ ଭାରତରେ

ଗୋଷ୍ଠୀଗତ ଏକତାର ସବୁବେଳେ ବିଜୟ ହୁଏ। ଏହି ବିଜୟ କେବଳ ଯୁଦ୍ଧ କିମ୍ବା ପ୍ରତିଯୋଗିତାରେ ନୁହେଁ, ବରଂ ସ୍ବଚ୍ଛତା କ୍ଷେତ୍ରରେ ମଧ୍ୟ ଘଟିଥାଏ। ଏଭଳି ଏକତାର ପରିଚୟ ଦେଇଛନ୍ତି ଚେନ୍ନାଇର ଚିତଲାପକମ ବାସିନ୍ଦା। ସେମାନେ ‘#ସେଭିଂ ଚିତଲାପକମ ଲେକ୍‌’ ଅଭିଯାନ ଆରମ୍ଭ କରି ୫୦ ଏକର ପରିମିତ ୧୦୦ ବର୍ଷର ହ୍ରଦକୁ ପୁନରୁଦ୍ଧାର କରିବା ସହ ପରିବେଶକୁ ସ୍ବଚ୍ଛ କରିପାରିଛନ୍ତି। ଏହି କାମ ପାଇଁ ସେମାନେ ୭ ବର୍ଷ ନିରବଚ୍ଛିନ୍ନ ଭାବେ ଚେଷ୍ଟା କରିଆସିଛନ୍ତି। ସେମାନେ ବିଭିନ୍ନ ସରକାରୀ ଓ ବେସରକାରୀ ଉତ୍ସରୁ ଆର୍ଥିକ ଅନୁଦାନ ସଂଗ୍ରହ କର ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି। ପ୍ରଥମେ ଚିତଲାପକମର ପ୍ରତ୍ୟେକ ପରିବାର ୧୦୦ ଟଙ୍କା ଲେଖା ଦେଇ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଅଭିଯାନରେ ପିଲାଠାରୁ ଆରମ୍ଭ କରି ୯୦ ବର୍ଷ ବୟସର ଲୋକ ଜଡ଼ିତ ରହିଛନ୍ତି। ସେମାନେ ତାଙ୍କ ଟିମ୍‌ର ନାମ ଦେଇଛନ୍ତି ଚିତଲାପକମ ରାଇଜିଂ। ସେମାନେ ୨୦୧୭ରେ ପୋଷ୍ଟକାର୍ଡ କ୍ୟାମ୍ପେନ, ପଥପ୍ରନ୍ତ ନାଟକ ଓ ଗୀତ ମାଧ୍ୟରେ ଏହି ହ୍ରଦର ସୁରକ୍ଷା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଆରମ୍ଭ କରିଥିଲେ। ୨୦୧୯ ବେଳକୁ ସେମାନଙ୍କ ସହିତ ୨୦୦୦ ଲୋକ ସାମିଲ ହୋଇଥିଲେ।