ଏଇ ଭାରତରେ

ପରିବେଶ ପ୍ରଦୂଷଣଜନିତ ବିପଦ ଦୂର କରିବା ପାଇଁ ଏବେ ବାଉଁଶ ତିଆରି ଜିନିଷ ଲୋକମାନଙ୍କର ପସନ୍ଦ ହେଉଛି। ବାଉଁଶରେ ଘର ତିଆରି ହେଉଛି। ଏହା ସହ ବାଉଁଶରେ ବିଭିନ୍ନ ପ୍ରକାର ଗୃହ ଉପକରଣର ବଜାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ମୁମ୍ବାଇ ଆଇଆଇଟିର ପ୍ରଡକ୍ଟ ଡିଜାଇନ ଛାତ୍ର ଅଙ୍କାଶ ଚତୁର୍ବେଦୀ ବାଉଁଶରେ ଏକ ହେଡ୍‌ଫୋନ ତିଆରି କରିଛନ୍ତି। ଏହାର ନାମ ବମ୍ବାଶ ଓ ଅତ୍ୟାଧୁନିକ ଧାତବ ହେଡ୍‌ ଫୋନ୍‌ ଭଳି ବି କାମ କରୁଛି। ବମ୍ବାଶ ପରିବେଶ ଉପଯୋଗୀ ଓ ଏହା ୭୦ ପ୍ରତିଶତ ସହଜରେ ମାଟିରେ ମିଶିଯାଇପାରିବ ବୋଲି କହନ୍ତି ଅଙ୍କାଶ। ଏହା ମଧ୍ୟ ରିସାଇକେଲଯୋଗ୍ୟ। ଅଙ୍କାଶଙ୍କ ବୟସ ଏବେ ୨୬। ଆଧୁନିକ ଡିଜାଇନରେ ଏହାକୁ ପାରମ୍ପରିକ ପଦ୍ଧତିରେ ନିର୍ମାଣ କରାଯାଇଛି। ବାଉଁଶ ହେଡ୍‌ଫୋନ ତିଆରି କରିବା ଲାଗି ସେ ସାଧାରଣ ହେଡ୍‌ଫୋନଗୁଡ଼ିକ ଉପରେ ବହୁ ଗବେଷଣା କରିଥିଲେ। ଏହି କାର୍ଯ୍ୟରେ ତାଙ୍କୁ ବିଭାଗୀୟ ପ୍ରାଧ୍ୟାପକଙ୍କ ସମେତ ବାଉଁଶ ଲାବ୍‌ର କର୍ମଚାରୀମାନେ ସହଯୋଗ କରିଥିଲେ। ଏହାର ପ୍ରତିକୃତି ପାଇଁ ସ୍କେଚ୍‌, ଡିଜାଇନ ଲାଗି ୪ ମାସ ସମୟ ଲାଗି ଯାଇଥିଲା। ପରେ ଚୂଡ଼ାନ୍ତ ଉପତ୍ାଦ ପ୍ରସ୍ତୁତ କରିବାରେ ସେ ସଫଳ ହୋଇଥିଲେ।