ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ ସଫଳତା ହାସଲ କରିବା ପରେ ଏବେ ୫୦୦ କୃଷକଙ୍କଠାରୁ ମିଲେଟ୍‌ କିଣୁଛନ୍ତି ଓ ତାଙ୍କ ବ୍ୟବସାୟରେ ୧୮୦ ଲୋକଙ୍କୁ ନିଯୁକ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ୯୦ ପ୍ରତିଶତରୁ ଅଧିକ ହେଉଛନ୍ତି ମହିଳା। ପ୍ରଥମେ ଦୁଇ ଭଉଣୀ ୧୦ ଜଣ ଲୋକଙ୍କୁ ନେଇ ସେମାନଙ୍କ ବ୍ୟବସାୟ ଆରମ୍ଭ କରିଥିଲେ। ସେମାନେ ଆର୍‌ଏ ଫୁଡ୍ସ ନାମରେ ସେମାନଙ୍କ ବ୍ୟବସାୟ ଜାରି ରଖିଛନ୍ତି। ଏବେ ସେମାନେ ଭାରତର ସବୁଠୁ ବଡ଼ ମିଲେଟ୍‌ ରପ୍ତାନିକାରୀ ହୋଇପାରିଛନ୍ତି। କେବଳ ଏତିକି ନୁହେଁ, ମିଲେଟ୍‌ରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ରପ୍ତାନି କରାଯାଉଛି। ଏବେ ସୁଦ୍ଧା ସେମାନେ ଆମେରିକା, ଇଂଲଣ୍ଡ, ଦୁବାଇ, ସିଙ୍ଗାପୁର ସମେତ ୩୦ଟି ଦେଶକୁ ଏହା ରପ୍ତାନି କରୁଛନ୍ତି। ସେମାନେ ୧୧ଟି ମିଲେଟ୍‌ ଫ୍ୟାକ୍ଟ୍ରି କରିବା ସହ ୨୦୨୩ରେ ୨,୭୦୦ ଟନ୍‌ ମିଲେଟ ରପ୍ତାନି କରିପାରିଛନ୍ତି ଓ ସେମାନଙ୍କ ବାର୍ଷିକ କାରବାର ୧୩୬ କୋଟି ଟଙ୍କାରେ ପହଞ୍ଚିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅକୁଲ ବିଶ୍ୱାସ ଦିବ୍ୟାଙ୍ଗ ହେଲେ ବି ପାରଙ୍ଗମ। ସେ ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟକରି ଦକ୍ଷତାର ପରିଚୟ ଦେଇଛନ୍ତି। ମୁଖ୍ୟତଃ ସେ ହେନ୍ତାଳ ବଣ ସୁରକ୍ଷା...

ଶ୍ରେଷ୍ଠ ବନ୍ଧୁ

ସମାଜରେ ଆମ ସମସ୍ତଙ୍କର ନିହାତି ଅନ୍ତରଙ୍ଗ ବନ୍ଧୁଟିଏ ଥିବ। ଯେଉଁ ବନ୍ଧୁ ପାଖରେ ମନର ଅକୁହା କଥା ଯେତେ ପ୍ରକାଶ କରିଦେଲେ ନିଜକୁ ହାଲକା ଲାଗେ।...

ନିଃସଙ୍ଗତାର ରୂପ

ବର୍ତ୍ତମାନ ସମାଜ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତିକରୁଛି। ଜନସଂଖ୍ୟା ବଢ଼ିବା ଦରକାର ବା କମିବା ଦରକାର -ଏହା ଏକ ବିରାଟ ବିତର୍କ ଠିଆ କରାଇଛି।...

ବୁଝିବାରେ ଅସଫଳ

ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ର ଓ ପୂର୍ବ ଭାଗରେ ଥିବା ଝାଡ଼ଖଣ୍ଡ ବିଧାନସଭା ଲାଗି ଅନୁଷ୍ଠିତ ନିର୍ବାଚନ ଫଳ ୧-୧ରେ ଶେଷ ହୋଇଛି। ଅର୍ଥାତ୍‌...

ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି...

ଆଧ୍ୟାତ୍ମିକ ରାଷ୍ଟ୍ରବାଦ ଓ ଶ୍ରୀଅରବିନ୍ଦ

ପୃଥିବୀର ଅନେକ ରାଜନେତା, ରାଜନୀତି ବିଶାରଦ ଓ ଦାର୍ଶନିକ ରାଷ୍ଟ୍ରବାଦର କଥା କହିଛନ୍ତି, କିନ୍ତୁ ଆଧ୍ୟାତ୍ମିକ ରାଷ୍ଟ୍ରବାଦର କଥା ଆମେ ଜାଣିବାରେ ଏକା ଶ୍ରୀଅରବିନ୍ଦ ହିଁ...

ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ...

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri