ଏଇ ଭାରତରେ

ମାମଲାଗୁଡ଼ିକର ଆପୋସ ସମାଧାନ ଦିଗରେ ଏକ ମାଇଲଖୁଣ୍ଟ ସାଜିଛି ଲିଗାଲ ଷ୍ଟାର୍ଟଅପ ‘ସମ’। ପ୍ରଞ୍ଜଳ ସିହ୍ନା, ଅକ୍ଷତ ଅଶୋକ ଏବଂ ବିକ୍ରମ କୁମାର ଏହି ଷ୍ଟାର୍ଟଅପ ପ୍ରତିଷ୍ଠା କରିଛନ୍ତି। ଚାଣକ୍ୟଙ୍କ ନୀତିରେ ଚାରି ନିୟମ ମଧ୍ୟରେ ଥିବା ‘ସମ’କୁ ଆଧାର କରି ଏଭଳି ନାମକରଣ କରାଯାଇଛି। ବିକ୍ରମ କମ୍ପ୍ୟୁଟର ସାଇନ୍ସରେ ଉଚ୍ଚଶିକ୍ଷା ଲାଭ କରିଥିବା ବେଳେ ଅକ୍ଷତ ଓ ପ୍ରଞ୍ଜଲ ଆଇନରେ ଡିଗ୍ରୀ ହାସଲ କରିଛନ୍ତି। ୨୦୧୫ରେ ସେମାନେ ‘ସମ’ ଆରମ୍ଭ କରିବା ପରଠାରୁ ଏବେ ସୁଦ୍ଧା ଅନ୍‌ଲାଇନରେ ମଧ୍ୟସ୍ଥଙ୍କ ଜରିଆରେ ୩୫ ଲକ୍ଷ କେସ୍‌ ସମାଧାନ କରିସାରିଲେଣି। ସେମାନେ ବିଶେଷକରି ବ୍ୟାଙ୍କିଙ୍ଗ, ଫାଇନାନ୍‌ସିଆଲ ଓ ଇନ୍‌ସ୍ୟୁରାନ୍ସ ସେକ୍ଟର, ବ୍ରୋକର ଏବଂ ସିକ୍ୟୁରିଟି ମାର୍କେଟର ବିବାଦଗୁଡ଼ିକୁ ସମାଧାନ କରୁଛନ୍ତି। ଏହାସହ ଲୋକ ଅଦାଲତ ସହ କାମକରି ଚାଲାଣ, ଇଲେକ୍ଟ୍ରି ବିଲ୍‌, ଚେକ୍‌ ବାଉନ୍ସ ଓ ଦୁର୍ଘଟଣାଜନିତ ଇନ୍‌ସ୍ୟୁରାନ୍ସ ମାମଲାଗୁଡ଼ିକ ସମାଧାନ କରିପାରୁଛନ୍ତି। ‘ସମ’ ଷ୍ଟାର୍ଟଅପ୍‌ରେ ଦେଶର ୪୪୩ ଜିଲାରେ ଆଇନ କ୍ଷେତ୍ରରେ ୧୦ ବର୍ଷର ଅଭିଜ୍ଞତା ଥିବା ୩୦୦୦ ଆଇନଜୀବୀଙ୍କୁ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ନିଯୁକ୍ତ କରାଯାଇଥିବାବେଳେ ଆଇନ କ୍ଷେତ୍ରରେ ୫ ବର୍ଷର ଅଭିଜ୍ଞଙ୍କୁ ମଧ୍ୟସ୍ଥ ଭାବେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

ମୁଁ କାହିଁକି ବାହାହେବି

ରତୀୟ ପରମ୍ପରାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ସାମାଜିକ ଚଳଣି ଓ ଜୀବନ ନିର୍ବାହ ନିମନ୍ତେ ବିବାହ ଜରୁରୀ। ଜଣେ ମଣିଷର ଜୀବନ ହେଉଛି...

ରାଜ୍ୟ ପିତୃତ୍ୱବାଦ ଓ ନିମ୍ନ ଆକାଂକ୍ଷା

ଆମ ରାଜ୍ୟରେ ସତ୍ତା ବଦଳିଛି। ଦୀର୍ଘ ୨୪ ବର୍ଷର ପୂର୍ବ ସରକାର ସମୟରେ ଓଡ଼ିଶାର ପ୍ରଗତି କେତେ ହେଲା ତାହା ବିତର୍କର ବିଷୟ। ମାତ୍ର ପୂର୍ବ...

Dillip Cherian

ନିର୍ଦ୍ଦେଶକୁ ଅଣଦେଖା

ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ବିଷୟରେ ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ରାଜ୍ୟଗୁଡ଼ିକୁ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସ୍ମରଣ କରାଇବାକୁ ପଡ଼ିଛି। ଏହା ଚିନ୍ତାଜନକ ଯେ, ପ୍ରକାଶ...

ଗୃହ ସଞ୍ଚୟର ଆର୍ଥିକୀକରଣ

ଆମେରିକାରେ ୧୯୭୦ ଦଶକରେ ଘରୋଇ ଆୟର ଆର୍ଥିକୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭାରତୀୟ ମହାନଗରରେ ୨୦୦୦ ଦଶକର ପ୍ରାରମ୍ଭରେ ଏହି ଧାରା ଆରମ୍ଭ ହୋଇଥିଲା। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri