
ଘରଚଟିଆ ବଂଶ ରକ୍ଷା ପାଇଁ ପ୍ରତିବର୍ଷ ଘରଚଟିଆ ଦିବସ ପାଳନ କରାଯାଉଛି। କିନ୍ତୁ ଏହାର ସଂରକ୍ଷଣ ପାଇଁ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ହେଲେ ଏକ୍ଷେତ୍ରରେ ରାକେଶ କ୍ଷତ୍ରୀଙ୍କ ବ୍ୟକ୍ତଗତ ଉଦ୍ୟମ ପ୍ରଶଂସନୀୟ। ସେ ଘରଚଟିଆ ରହିବା ପାଇଁ ବସା ତିଆରି କରି ଭାରତର ବିଭିନ୍ନ ସହରରେ ଲଗାଉଛନ୍ତି ଓ ଲୋକଙ୍କୁ ବାଣ୍ଟୁଛନ୍ତି। ଏହି କାର୍ଯ୍ୟ ସେ ଦୀର୍ଘ ୧୪ ବର୍ଷ ହେଲା କରିଆସୁଛନ୍ତି। ଏବେ ସୁଦ୍ଧା ସେ ୭ ଲକ୍ଷରୁ ଊର୍ଦ୍ଧ୍ୱ ବସା ତିଆରି କରି ସାରିଲେଣି ଓ ଏଥିପାଇଁ ତାଙ୍କୁ ଭାରତର ନେଷ୍ଟ ମ୍ୟାନ ବା ବସା ମଣିଷ ବୋଲି ସମ୍ବୋଧନ କରାଯାଉଛି। ବାଙ୍ଗୋଲୋର, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କଲିକତା ଏବଂ ମୁମ୍ବାଇ ଭଳି ସହରରେ ଘରଚଟିଅ ସଂଖ୍ୟା କମିବାରେ ଲାଗିଛି ଏବଂ ରାକେଶଙ୍କ ଏହି ଚେଷ୍ଟା ଯୋଗୁ ପୁନର୍ବାର ସେହିସବୁ ସ୍ଥାନର ଘରଚଟିଆ ବଂଶ ବୃଦ୍ଧ ହେବା ଲକ୍ଷ୍ୟ କରାଯାଉଛି। ଷଢ଼େଇ, ଝୋଟ, ସୂତା ଓ ପାଣିରେ ବଢୁଥିବା ଦଳ ଚେର ବ୍ୟବହାର କରି ସେ ଏହି ବସା ତିଆରି କରୁଛନ୍ତି। ସ୍କୁଲଗୁଡ଼ିକରେ କର୍ମଶାଳ ଆୟୋଜନ କରି ପକ୍ଷୀଙ୍କ ବସା ତିଆରି କରିବାର କୌଶଳ ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ବସା ତିଆରିରେ ସେ ଅନେକ ଲୋକଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି।