Advertisement

ଏଇ ଭାରତରେ

ଉତ୍ତର ଭାରତର କେତେକ ରାଜ୍ୟରେ ଖୁଣ୍ଟା ପୋଡ଼ି ଯୋଗୁ ବାୟୁ ପ୍ରଦୂଷଣର ଗମ୍ଭୀର ପରିଣାମ ଦେଖିବାକୁ ମିଳୁଛି। କୃଷକମାନଙ୍କୁ ଏହି କାର୍ଯ୍ୟରୁ ବିରତ କରିବା ପାଇଁ କୋର୍ଟ ଏବଂ ରାଜ୍ୟ ସରକାରଗୁଡ଼ିକ ପଦକ୍ଷେପ ନେଲେ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ସଫଳତା ମିଳିପାରୁନାହିଁ। ତେବେ ଖୁଣ୍ଟା ପୋଡ଼ି ରୋକିବା ଲାଗି ପଞ୍ଜାବର ପରମିନ୍ଦର ସିଂଙ୍କ ବିକଳ୍ପ ତଥା ଅଭିନବ ପ୍ରୟାସ ପ୍ରଶଂସନୀୟ। ସେ କୃଷକମାନଙ୍କଠାରୁ ଖୁଣ୍ଟା ବର୍ଜ୍ୟ ସଂଗ୍ରହ କରି ସେମାନଙ୍କ ପାଇଁ ଆୟର ଉତ୍ସ ସୃଷ୍ଟି କରିବା ସହ ଖୁଣ୍ଟାରୁ ପରିବେଶ ଉପଯୋଗୀ ଟାଇଲ ତିଆରି କରିଛନ୍ତି। ସେ ଟାଇଲ ତିଆରି କରିବା ପାଇଁ ୮ ବର୍ଷ ଧରି ପରୀକ୍ଷା ନିରୀକ୍ଷା ଜାରି ରଖିଥିଲେ। ଏହି ଅବଧିରେ ଲୋକେ ତାଙ୍କୁ ସମାଲୋଚନା କରିଥିଲେ। କିନ୍ତୁ ସେ ତାଙ୍କ ଲକ୍ଷ୍ୟ ହାସଲ କରିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। କହିବାକୁ ଗଲେ ସମସ୍ୟାକୁ ସୁଯୋଗ (ନିଯୁକ୍ତି ବା ରୋଜଗାର)ରେ ପରିଣତ କରିପାରିଛନ୍ତି ପରମିନ୍ଦର। ତାଙ୍କ ଦ୍ୱାରା ତିଆରି କରାଯାଉଥିବା ଟାଇଲ ସମ୍ପୂର୍ଣ୍ଣ ଭାବେ ପାଣି ଓ ଅଗ୍ନି ପ୍ରତିରୋଧୀ। ଏସବୁକୁ ବିଶେଷକରି ଘରର ସିଲିଂରେ ଅଧିକ ବ୍ୟବହାର କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel