Advertisement

ଏଇ ଭାରତରେ

ଆମ୍ବ ଉତ୍ପାଦନର ସମୟ ଆସିଲେ କେରଳର କାନ୍ନାପୁରମ ଗାଁ ଚର୍ଚ୍ଚାକୁ ଆସେ। ଏହି ଗାଁରେ ୨୦୮ କିସମର ଆମ୍ବ ଫଳୁଛି। ଗ୍ରାମବାସୀଙ୍କ ଉଦ୍ୟମରେ ଏହି ସଫଳତା ମିଳିଛି। ଏହିି ଗାଁରେ ୨୦୦ ବର୍ଷର ଏକ ଭେଲାଥାନ କିସମ ଆମ୍ବ ଗଛ ଥିଲା, ଯାହା ଅତ୍ୟନ୍ତ ସ୍ବାଦିଷ୍ଟ। କିନ୍ତୁ ତାହାକୁ ଜମିମାଲିକ କାଟିଦେବା ପରେ ଗ୍ରାମବାସୀ ଏକାଠି ହୋଇ ତାହାର ଶାଖାକୁ ସଂଗ୍ରହ କରି କଲମି କରି ୨୦୦ ଗଛ ଉତାରି ଥିଲେ ଓ ସେଗୁଡ଼ିକୁ ବି ଲଗାଇଛନ୍ତି। ଗାଁରେ କେବଳ ୨୦ଟି ପରିବାରର ମାଲିକାନାରେ ଥିବା ୩୭୨ଟି ଗଛରୁ ୧୦୦ କିସମର ଆମ୍ବ ଫଳୁଛି ଏବଂ ଅବଶିଷ୍ଟ ପରିବାରରେ ଆଉ ୧୦୦ କିସମ ଆମ୍ବ ମିଳୁଛି। ଏହି ସଫଳତା ପାଇବା ଲାଗି ସେମାନେ ଦୀର୍ଘଦିନ ପ୍ରୟାସ କରିଥିଲେ। ସେମାନେ ଏକ ଫେସବୁକ ପେଜ୍‌ ଖୋଲି ଭାରତର ବିଭିନ୍ନ ସ୍ଥାନରେ ଥିବା ବିଭିନ୍ନ କିସମର ଆମ୍ବ ଗଛ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ପରେ ସେଗୁଡ଼ିକୁ ସଂଗ୍ରହ କରି ଲଗାଇଥିଲେ। ଆମ୍ବ ଉତ୍ପାଦନ ସମୟରେ ସେମାନେ ଆମ୍ବ ବିକ୍ରି କରି ଲାଭବାନ୍‌ ହେବା ସହ ସେଥିରୁ ଆଚାର, ଜାମ୍‌, କେକ୍‌ ଆଦି ପ୍ରସ୍ତୁତ କରୁଛନ୍ତି। ଆମ୍ବର ରଙ୍ଗ, ରସ ତଥା ସ୍ବାଦକୁ ନେଇ ସେଗୁଡ଼ିକର ନାମକରଣ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share