
ଗଛ ଗୋଟିଏ, କିନ୍ତୁ ଫଳ ୫୨ପ୍ରକାରର। ଏକଥା ଶୁଣି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବ। କିନ୍ତୁ ଏଭଳି ଏକ ସଫଳତା ହାସଲ କରିଛନ୍ତି ବିହାର ଭାଗଲପୁରର ଅଶୋକ ଚୌଧୁରୀ। ସ୍ଥାନୀୟ ଅଞ୍ଚଳରେ ଥିବା ମଧୁବନ ନର୍ସରିରେ ସେ ଏଭଳି ଏକ ଆମ୍ବଗଛ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଏକ ସମୟରେ ୫୨ କିସମର ସ୍ବାଦିଷ୍ଟ ଆମ୍ବ ଫଳିବା ସମ୍ଭବ ହୋଇପାରିବ। ଗୋଟିଏ ଗଛରେ ଏକ ସମୟରେ ବିଭିନ୍ନ ଭେରାଇଟିର ରଙ୍ଗିନ ଆମ୍ବଫଳ ଧରିବ। ତେଣୁ ଏହା ଦେଖିବାକୁ ଯେମିତି ଆକର୍ଷଣୀୟ ହୋଇପାରିବ ଖାଇବାକୁ ସେମିତି ସ୍ବାଦିଷ୍ଟ ମଧ୍ୟ। ତେବେ ବିଭିନ୍ନ କିସମର ଆମ୍ବକୁ ନେଇ ମଧୁବନ ନର୍ସରିରେ ବହୁଦିନ ଧରି ରିସର୍ଚ୍ଚ ହେଉଛି। ଆଉ ଆମ୍ବଗଛକୁ ନେଇ ବିଭିନ୍ନ ପ୍ରକାର ରିସର୍ଚ୍ଚ କରିବା କ୍ଷେତ୍ରରେ ସଫଳତା ହାସଲ କରି ଅଶୋକ ମଧ୍ୟ ବିହାରର ମ୍ୟାଙ୍ଗୋ ମ୍ୟାନ୍ ପରିଚିତ ହୋଇଛନ୍ତି। ତେବେ ତାଙ୍କ କହିବା ଅନୁସାରେ ଲୋକଙ୍କୁ ଅଧିକ ଭେରାଇଟିର ଆମ୍ବ ଖାଇବା ପାଇଁ ଇଚ୍ଛା ଥିଲେ ଏହି କଲମି ଗଛ ଅଧିକ ଫଳପ୍ରଦ ହୋଇପାରିବ। ଯେଉଁମାନଙ୍କ ପାଖରେ ଗଛ ଲଗାଇବା ପାଇଁ ସ୍ଥାନ କମ୍ ଥିବ ସେମାନଙ୍କ ପାଇଁ ମଧ୍ୟ ଏହି ପ୍ରକାରର କଲମି ଗଛ ଅଧିକ ଉପଯୋଗୀ ହୋଇପାରିବ। ତେବେ ଏଭଳି ଗଛ ଲଗାଇବାକୁ ଚାହୁଁଥିଲେ ଏହାର ବିଶେଷ ଭାବରେ ଯତ୍ନ ନେବାକୁ ହେବ ବୋଲି ଜାଣିରଖିବା ଦରକାର।