ଏଇ ଭାରତରେ

ମହାରାଷ୍ଟ୍ରର ସତାରା ଏକ ମରୁଡ଼ିପ୍ରବଣ ଅଞ୍ଚଳ। କିନ୍ତୁ ହୃଷୀକେଶ ଜୟସିଂ ଧାନେ ଏଭଳି ପ୍ରତିକୂଳ ସ୍ଥିତିରେ ଘିକୁଆଁରୀ ଚାଷରେ ସଫଳତା ପାଇପାରିଛନ୍ତି। ହୃଷୀକେଶ ତାଙ୍କ ଗାଁ ପଡଲିରେ ଘିକୁଆଁରୀ ଚାଷ କରି ବର୍ଷକୁ ୩.୫ କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି ଓ ଏଥିରୁ ୩୦% ଲାଭ ପାଉଛନ୍ତି। ସେ ଘିକୁଆଁରୀରୁ ସାବୁନ, ଶାମ୍ପୂ ଏବଂ ଜୁସ୍‌ ପ୍ରସ୍ତୁତ କରୁଛନ୍ତି। ଏଥିରୁ ପ୍ରାକୃତିକ କୀଟନାଶକ ମଧ୍ୟ ତିଆରି ହେଉଛି। ହୃଷୀକେଶଙ୍କ ବୟସ ଏବେ ୪୪। ତାଙ୍କ ପିଲାଦିନ ବହୁ କଷ୍ଟରେ କଟିଥିଲା। ପରିବାର ନିକଟରେ ୮ ଏକର ଜିମି ଥିଲେ ବି ମରୁଡ଼ି ଯୋଗୁ ସେଥିରୁ ଯାହା କିଛି ଉପତ୍ାଦନ ହୁଏ ସେଥିରେ ପରିବାର ଚଳିବା କଷ୍ଟକର ହୋଇଥାଏ । ଏଭଳି ସ୍ଥିତିରେ ବହୁ କଷ୍ଟରେ ସେ ୧୦ମ ଯାଏ ପଢ଼ିବା ପରେ ଅର୍ଥାଭାବରୁ ଆଉ ପଢ଼ିପାରିଲେ ନାହିଁ। ଏକ କମ୍ପାନୀରେ ମାର୍କେଟିଂ କାମ କରି ପରେ ତାକୁ ଛାଡ଼ି ପୁଣି କ୍ଷେତକୁ ଫେରିଥିଲେ। କିନ୍ତୁ ସେତେବେଳେ ଗାଁରେ ଲୋକେ ଘିକୁଆଁରୀ ଚାଷ କରି କ୍ଷତି ସହିବା ପରେ ତାହାକ କ୍ଷେତରୁ ଓପାଡ଼ି ଫିଙ୍ଗି ଦେଇଥିଲେ। ସେଥିରୁ ୪, ୦୦୦ ଗଛ ସଂଗ୍ରହ କରି ହୃଷୀକେଶ ସେ ସବୁକୁ ପ୍ରଥମେ ଆମ୍ବ, ଅଁଳା ଗଛ ତଳେ ଲଗାଇଥିଲେ। ଏବେ ଦୁଇ ଏକର ଜମିରେ ଚାଷ କରୁଛନ୍ତି ଓ ଦିନକୁ ଘିକୁଆଁରୀରୁ ୮,୦୦୦ ଲିଟର ଉପତ୍ାଦ ପ୍ରସ୍ତୁତ କରୁଛନ୍ତି।