ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ତାପମାତ୍ରା ବଢ଼ିଚାଲିଛି। ଏଥିରେ ଘରେ କିମ୍ବା ବାହାରେ ରହିବା କଷ୍ଟକର ହୋଇପଡ଼ୁଛି। ଏସି ବ୍ୟବହାର କରୁଛନ୍ତି। କିନ୍ତୁ ମନେରଖିବା ଦରକାର ଯେ, ଏସି ଯୋଗୁ ବି ଘର ଭିତର ବାୟୁ ପ୍ରଦୂଷିତ ହୁଏ। ଏଭଳି ପ୍ରଦୂଷଣ ଦୂର କରିବା ଲାଗି ରବି କୌଶିକ ଏସି ପ୍ୟୁରିଫାୟର ତିଆରି କରିଛନ୍ତି। ଆଇଆଇଟି କାନପୁର ସହଯୋଗରେ ଏହାକୁ ନିର୍ମାଣ କରିବାକୁ ସକ୍ଷମ ହୋଇଛନ୍ତି। ଆଇଆଇଟି କାନପୁର ଦ୍ୱାରା ଏହି ପ୍ୟୁରିଫାୟରକୁ ସବୁଜ ସଙ୍କେତ ଦିଆଯାଇଛି ଓ କୁହାଯାଇଛି ଯେ, ଏହି ପ୍ୟୁରିଫାୟର ୧ ଘଣ୍ଟା ମଧ୍ୟରେ ବାୟୁରୁ ପ୍ରଦୂଷଣ ଦୂର କରିପାରୁଛି । ରବି ୨୦୨୦ରେ ଆଇଆଇଟି ମୁମ୍ବାଇରୁ ଏରୋସୋଲ ସାଇନ୍ସରେ ଡିଗ୍ରୀ ହାସଲ କରିବା ପରେ ଏରୋସୋଲ ସାଇନ୍ସ ଓ ମାଇକ୍ରୋବାୟୋଲୋଜି ଉଭୟରେ କାମ ଆରମ୍ଭ କରିଥିଲେ। ରବି ୨୦୨୩ ‘ଏ ୟାର୍ଥ’ ଷ୍ଟାର୍ଟଅପ୍‌ ଆରମ୍ଭ କରି ଏହି ପ୍ୟୁରିଫାୟର ଉପତ୍ାଦନ ବୃଦ୍ଧି କରିଛନ୍ତି। ଏବେ ଏହାକୁ ମଧ୍ୟ ସେ ଅନ୍‌ଲାଇନରେ ବିକ୍ରି କରୁଛନ୍ତି। ଏହାର ମୂଲ୍ୟ ରହିଛି ୨୦୦୦ ଟଙ୍କା। ଏବେ ସୁଦ୍ଧା ଏହି ପ୍ୟୁରିଫାୟର ପାଖାପାଖି ୩ ହଜାର ଘରେ ଲାଗି ସାରିଲାଣି।