ଇରାନରେ କରୋନାର ପଞ୍ଚମ ଲହର: ପ୍ରତିଦିନର ମୃତ୍ୟୁସଂଖ୍ୟା ୬୦୦!

ତେହେରାନ,୧୫ ।୮: ଇସଲାମିକ ଦେଶ ଇରାନରେ କରୋନା ସଂକ୍ରମଣର ପଞ୍ଚମ ଲହର ବା ଏପର୍ଯ୍ୟନ୍ତ ଆସିଥିବା ସବୁଠାରୁ ଭୟଙ୍କର ଲହର ଆରମ୍ଭ ହୋଇ ଯାଇଛି ବୋଲି କୁହାଯାଉଛି । ଦେଶର ସମସ୍ତ ହସ୍ପିଟାଲ ଭର୍ତ୍ତି ହୋଇଯାଇଥିବା ବେଳେ ହସ୍ପିଟାଲ ବାହାରେ ପାର୍କି ସ୍ଥାନରେ, ପୁଣି ନିଜ ନିଜ ଗାଡିରେ ରୋଗୀଙ୍କୁ ରଖି ଚିକିତ୍ସା କରାଯାଉଥିବା କୁହାଯାଉଛି । ଏହାସହ ଦେଶରେ ଅତ୍ୟନ୍ତ କମ୍ ପରିମାଣର ଭ୍ୟାକ୍ସିନ ଥିବାରୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା କୁହାଯାଉଛି । ହସ୍ପିଟାଲରେ ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ ଷ୍ଟାଫ ଏପର୍ଯ୍ୟନ୍ତ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି । ଏଠାରେ ଏବେ ଗୋଟିଏ ଦିନରେ ପ୍ରାୟ ୪୦ ହଜାରରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଏହାସହ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ପାଖାପାଖି ୬୦୦ ଜଣଙ୍କ ମୃତ୍ୟୁ ହେଉଥିବା କୁହାଯାଉଛି । କୁହାଯାଉଛି କି ୮.୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ପ୍ରତି ୨ ମିନିଟରେ ଏବେ ଜଣଙ୍କର ମୃତ୍ୟୁ ହେଉଛି । ଲଗାତାର ସଂକ୍ରମଣ ବୃଦ୍ଧିକୁ ଦେଖି ସରକାର ସପ୍ତାହିତ ସଟ୍‌ଡାଉନ ଘୋଷଣା କରିଛନ୍ତି । ଇରାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବିକ ଡେଲ୍ଟା ଭାରିଏଣ୍ଟ ଯୋଗୁଁ ସଂକ୍ରମଣ ଏତେ ଦ୍ରୁତ ଗତିରେ ବ୍ୟାପୁଛି । ଏବେ ସୁଦ୍ଧା ଇରାନରେ ୪୩.୯୦ ଲକ୍ଷ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି ।

Share