ଜେଲରେ ବାହାହେବେ ଆସେଞ୍ଜ

ଏକ ଦଶନ୍ଧି ତଳେ ହଜାର ହଜାର ଦସ୍ତାବିଜ ପ୍ରଘଟ କରି ଚର୍ଚ୍ଚାକୁ ଆସିଥିବା ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜ ଜେଲରେ ତାଙ୍କ ପ୍ରେମିକା ଷ୍ଟେଲା ମୋରିସ୍‌ଙ୍କୁ ବାହା ହେବାକୁ ଯାଉଛନ୍ତି। ଏନେଇ ବ୍ରିଟେନ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି। ଗୁପ୍ତଚରଗିରି ମାମଲାରେ ଆମେରିକା ପକ୍ଷରୁ ଆସେଞ୍ଜଙ୍କୁ ପ୍ରତ୍ୟର୍ପଣ କରିନେବା ପାଇଁ ଅନୁରୋଧ କରାଯାଇଥିବାବେଳେ ତାଙ୍କୁ ୨୦୧୯ରୁ ଲଣ୍ଡନର ହାଇ-ସିକ୍ୟୁରିଟି ବେଲ୍‌ମର୍ଶ ଜେଲରେ ରଖାଯାଇଛି। ଏକ ଯୌନ ଅପରାଧ ମାମଲାରେ ସୁଇଡେନକୁ ପ୍ରତ୍ୟର୍ପଣ ଏଡ଼ାଇବା ପାଇଁ ଲଣ୍ଡନସ୍ଥିତ ଇକ୍ୱେଡର ଦୂତାବାସରେ ଆସେଞ୍ଜଙ୍କ ୭ ବର୍ଷ ରହଣି କାଳରେ ଏହି ଯୋଡ଼ିଙ୍କ ସମ୍ବନ୍ଧ ଆରମ୍ଭ ହୋଇଥିଲା। ଆସେଞ୍ଜ ଓ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଆଇନଜୀବୀ ଷ୍ଟେଲା ମୋରିସ୍‌ଙ୍କର ବଡ଼ପୁଅ ଗାବ୍ରିଏଲ୍‌ଙ୍କୁ ବୟସ ୪ ବର୍ଷ ହେଉଥିବାବେଳେ ସାନ ମାକ୍ସଙ୍କୁ ମାତ୍ର ୨ ବର୍ଷ ହେଉଛି।

Share