Posted inଜାତୀୟ

ଜୟସାଲମେରରେ ଥିଲେ ତୃଣଭୋଜୀ ଡାଇନୋସର

ଲକ୍ଷ୍ନୌ,୯ା୮: ରାଜସ୍ଥାନର ଜୟସାଲମେରରୁ ଆଇଆଇଟି-ରୁର୍‌କୀ ଏବଂ ଭାରତର ଭୂତାତ୍ତ୍ୱିକ ସର୍ଭେ (ଜିଏସ୍‌ଆଇ)ର ବୈଜ୍ଞାନିକମାନେ ବିଶ୍ୱର ସବୁଠୁ ପୁରାତନ ନୂଆ ପ୍ରଜାତିର ଡାଇନୋସର ଜୀବାଶ୍ମ ଠାବ କରିଛନ୍ତି। ଉକ୍ତ ଡାଇକ୍ରାଓସାଉରିଡ୍‌ ଡାଇନୋସରର ବେକ ଲମ୍ବା ଓ ଏହା ତୃଣଭୋଜୀ ଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି। ଭାରତ ଡାଇନୋସର ବିବର୍ତ୍ତନର ଏକ ବଡ଼ କେନ୍ଦ୍ର ଥିଲା ବୋଲି ଉକ୍ତ ଆବିଷ୍କାରରୁ ସ୍ପଷ୍ଟ ହୋଇଛି। ‘ନେଚର’ର ଅନ୍ତର୍ଜାତୀୟ ପତ୍ରିକା ‘ସାଇଣ୍ଟିଫିକ୍‌ ରିପୋର୍ଟ’ରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ଉକ୍ତ ଜୀବାଶ୍ମ ୧୬୭ ନିୟୁତ ବର୍ଷର ପୁରୁଣା ଓ ଏକ ନୂଆ ପ୍ରଜାତି, ଯାହା ଏପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କୁ ଜଣା ନ ଥିଲା। ଥର୍‌ ମରୁଭୂମିରୁ ଏହି ଜୀବାଶ୍ମ ମିଳିଥିବାରୁ ସେଥିରେ ଦେଶର ନାଁକୁ ଯୋଡ଼ାଯାଇ ଏହାର ନାମକରଣ ‘ଥରୋସୌରସ୍‌ ଇଣ୍ଡିସସ୍‌’ କରାଯାଇଛି।
ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଡାଇକ୍ରାଓସାଉରିଡ୍‌ ଡାଇନୋସରର ଜୀବାଶ୍ମ ପୂର୍ବରୁ ଉତ୍ତର ଓ ଦକ୍ଷିଣ ଆମେରିକା, ଆଫ୍ରିକା ଏବଂ ଚାଇନାରେ ମିଳିଥିଲା। ଏଭଳି ଫସିଲ ଭାରତରେ ଥିବା ଜଣା ନ ଥିଲା। ରାଜସ୍ଥାନର ଜୟସାଲମେର ଅଞ୍ଚଳରେ ଜିଏସ୍‌ଆଇ ପକ୍ଷରୁ ୨୦୧୮ରେ ବ୍ୟବସ୍ଥିତ ଭାବେ ଜୀବାଶ୍ମ ଆବିଷ୍କାର ଓ ଖନନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବୋଲି ପ୍ରଫେସର ସୁନିଲ ବାଜପାୟୀ କହିଛନ୍ତି। ସେ ଆଇଆଇଟି-ରୁର୍‌କୀରେ ଭୂବିଜ୍ଞାନ ବିଭାଗର ଭର୍ଟେବ୍ରେଟ୍‌ ପାଲାଓଣ୍ଟୋଲୋଜିର ମୁଖ୍ୟ ପ୍ରଫେସର ଅଛନ୍ତି। ସେ ତାଙ୍କ ସହକର୍ମୀ ଦେବଜିତ ଦତ୍ତଙ୍କ ସହ ୫ ବର୍ଷ ହେଲା ଜୀବାଶ୍ମ ଉପରେ ସବିଶେଷ ଅଧ୍ୟୟନ ଚଳାଇଥିଲେ। ଏହା ପୂର୍ବରୁ ଉକ୍ତ ପ୍ରଜାତିର ଅନ୍ୟ ଯେଉଁ ଡାଇନୋସର ଜୀବାଶ୍ମ ଠାବ ହୋଇଥିଲା, ତାହା ତୁଳନାରେ ଭାରତରୁ ମିଳିଥିବା ଜୀବାଶ୍ମ ସବୁଠୁ ପୁରୁଣା ବୋଲି କୁହାଯାଉଛି। ଚାଇନାରୁ ମିଳିଥିବା ଜୀବାଶ୍ମ ପୂର୍ବରୁ ସବୁଠୁ ପୁରାତନ କୁହାଯାଉଥିଲା, ଯାହା ୧୬୬ରୁ ୧୬୪ ନିୟୁତ ବର୍ଷ ତଳର ବୋଲି ଆକଳନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଟିବାୟୋଟିକ୍‌ ନେଇଥିବା ୧୬ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନିମୁଚ୍‌,୨୮ା୯: ମଧ୍ୟପ୍ରଦେଶର ନିମୁଚ୍‌ ଜିଲା ହସ୍ପିଟାଲ ଶିଶୁରୋଗ ବିଭାଗରେ ଭର୍ତ୍ତି ହୋଇଥିବା ଅନୂ୍ୟନ ୧୬ ଜଣ ପିଲାଙ୍କୁ ଶୁକ୍ରବାର ରାତିରେ ଆଣ୍ଟିବାୟୋଟିକ୍‌ ସେଫ୍‌ଟ୍ରିଆକ୍ସନ ଇଞ୍ଜେକ୍‌ଶନ ଦିଆଯାଇଥିଲା।...

ଟାଟା ଇଲେକ୍ଟ୍ରୋନିକ୍ସ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ

ହୋସୁର,୨୮ା୯: ତାମିଲନାଡୁର କ୍ରିଷ୍ଣାଗିରି ଜିଲାରେ ଥିବା ଟାଟା ଇଲେକ୍ଟ୍ରୋନିକ୍ସ ପ୍ରା. ଲିଃର ଇଲେକ୍ଟ୍ରୋନିକ ଉପକରଣ କାରଖାନାରେ ଶନିବାର ନିଆଁ ଲାଗିଯାଇଛି। କାରଖାନା ପରିସରରେ ଥିବା ରାସାୟନିକ...

ବାଣ କାରଖାନାରେ ଶ୍ରମିକମାନେ କରୁଥିଲେ କାମ: ଘଟିଲା ଭୟଙ୍କର ବିସ୍ଫୋରଣ

ଚଣ୍ଡିଗଡ଼,୨୮ା୯: ହରିୟାଣାର ସୋନିପତ୍‌ ଜିଲାରେ ଥିବା ଏକ ବେଆଇନ ବାଣ କାରଖାନାରେ ଶନିବାର ବିସ୍ଫୋରଣ ଘଟି ୨ ମହିଳା ଓ ଜଣେ ପିଲାଙ୍କ ମୃତ୍ୟୁ ଘଟିବା...

ଭାଜପାର ବଡ଼ ପ୍ଲାନ, ଜେପି ନଡ୍ଡାଙ୍କ ସ୍ଥାନ ନେବେ ବସୁନ୍ଧରା ରାଜେ!

ନୂଆଦିଲ୍ଲୀ,୨୮।୯: ପୁଣି ଥରେ ଭାଜପା ଏକ ବଡ ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଯାଉଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟନୁସାରେ ଦଳର ହାଇକମାଣ୍ଡ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା...

କୋଲକାତାରେ ପୁଣି ଲଜ୍ଜ୍ୟା: ବନ୍ଧୁକ ମୁନରେ ଆଇଏଏସଙ୍କ ସ୍ତ୍ରୀଙ୍କୁ ବଳାତ୍କାର, ପୋଲିସ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

କୋଲକାତା,୨୮।୯: ଆର.ଜି କର ମେଡିକାଲ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠି ସାରିଛି। ତେବେ...

୫ ପୂର୍ବତନ ମନ୍ତ୍ରୀଙ୍କୁ ନୋଟିସ ଜାରି କଲେ ପଞ୍ଜାବ ସରକାର, ଘର ଖାଲି କରିବାକୁ ନିର୍ଦ୍ଦେଶ

ଚଣ୍ଡିଗଡ଼,୨୮।୯: ପଞ୍ଜାବ ସରକାର ୫ଜଣ ପୂର୍ବତନ ମନ୍ତ୍ରୀଙ୍କୁ ସେମାନଙ୍କ ସରକାରୀ ଘର ଖାଲି କରିବାକୁ ନୋଟିସ ଜାରି କରିଛନ୍ତି। ଏଥିରେ ସେହି ମନ୍ତ୍ରୀଙ୍କ ନାମ ଅନ୍ତର୍ଭୁକ୍ତ,...

କୋଲକାତା ବଳାତ୍କାର ହତ୍ୟା ମାମଲା: ଭୁଲ ଥିଲା ମହିଳା ଡାକ୍ତରଙ୍କ ପୋଷ୍ଟ ମର୍ଟମ ରିପୋର୍ଟ? ସନ୍ଦୀପ ଘୋଷ କରିଥିଲେ…

କୋଲକାତା,୨୮।୯: ଆର.ଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜୁନିଅର ମହିଳା ଡାକ୍ତରଙ୍କ ଶରୀରର ପୋଷ୍ଟମର୍ଟମ ପ୍ରକ୍ରିୟା ତାଙ୍କ...

ଏ ହେଉଛି ନୂଆ ଭାରତ, ଘରେ ପଶି ମାରେ:ପାକିସ୍ତାନକୁ ମୋଦିଙ୍କ ଚେତାବନୀ

ଶ୍ରୀନଗର,୨୮।୯: ଜମ୍ମୁ କଶ୍ମୀରର ଏମ ଷ୍ଟାଡିୟମରେ ବିଜୟ ସଂକଳ୍ପ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,ଏହି ନିର୍ବାଚନ ଜମ୍ମୁ କଶ୍ମୀରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri