
ଟୋକିଓ, ୫।୫ : ଜାପାନରେ, ଦେଶର ମୋଟ ଜନସଂଖ୍ୟାରେ ପିଲାମାନଙ୍କର ସଂଖ୍ୟା ଗତ ୪୧ ବର୍ଷ ମଧ୍ୟରେ ସର୍ବନିମ୍ନସ୍ତରରେ ପହଞ୍ଚିଛି। ଜାପାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଦେଶରେ ୧୫ ବର୍ଷରୁ କମ ପିଲାଙ୍କ ସଂଖ୍ୟା ପ୍ରାୟ ୧ କୋଟି ୪୬ ଲକ୍ଷ ୫୦ହଜାର ରହିଛି। ଏହି ସଂଖ୍ୟା ଗତ ୪୧ ବର୍ଷ ମଧ୍ୟରେ ସବୁଠାରୁ କମ୍। ଏହି ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୧୧.୭ ପ୍ରତିଶତ। କୁହାଯାଉଛି ଯେ ଗତ ୪୭ ବର୍ଷ ମଧ୍ୟରେ ଦେଶର ମୋଟ ଜନସଂଖ୍ୟାରେ ୧୫ ବର୍ଷରୁ କମ ପିଲାଙ୍କ ସଂଖ୍ୟାରେ ହ୍ରାସ ଘଟିଛି।
ଗୁରୁବାର ଦେଶରେ ଶିଶୁ ଦିବସ ପାଳନ ପୂର୍ବରୁ ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ଗତ ବର୍ଷ ତୁଳନାରେ ୧୫ ବର୍ଷରୁ କମ ପିଲାଙ୍କ ସଂଖ୍ୟା ଦୁଇ ଲକ୍ଷ ୫୦ ହଜାର ହ୍ରାସ ପାଇଛି। ବର୍ତ୍ତମାନ ଦେଶରେ ୧୫ ବର୍ଷରୁ କମ ବାଳକ ସଂଖ୍ୟା ୭୫ ଲକ୍ଷ ଏବଂ ବାଳିକାଙ୍କ ସଂଖ୍ୟା ପ୍ରାୟ ୭୧ ଲକ୍ଷ ୫୦ ହଜାର ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୧୯୯ଠାରୁ ପିଲାମାନଙ୍କର ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି।
ଜାପାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସୂଚାଇ ଦେଇଛି ଯେ ଏହି ବୟସ ବର୍ଗର ହ୍ରାସ ସହିତ ଶିଶୁଙ୍କ ସଂଖ୍ୟା ହ୍ରାସ ପାଇଛି। ଦେଶର ୧୨-୧୪ ବର୍ଷ ବୟସ୍କ ପିଲାଙ୍କ ସଂଖ୍ୟା ା ପ୍ରାୟ ୩୨ ଲକ୍ଷ ୩୦ ହଜାର ଥିବାବେଳେ ଦୁଇ ବର୍ଷରୁ କମ ବୟସର ଛୋଟ ପିଲାଙ୍କ ସଂଖ୍ୟା ପ୍ରାୟ ୨୫ ଲକ୍ଷ ୨୦ ହଜାର ରହିଛି।
ଦେଶର ସମସ୍ତ ୪୭ ଟି ପ୍ରଦେଶରେ ପୂର୍ବ ବର୍ଷ ତୁଳନାରେ ଶିଶୁ ସଂଖ୍ୟା ଚଳିତ ବର୍ଷ ହ୍ରାସ ପାଇଛି। ୧୯୯୯ ମସିହାଠାରୁ ଦେଶରେ ଶିଶୁଙ୍କ ସଂଖ୍ୟା ହ୍ରାସର ଧାରା ପ୍ରଥମେ ଆରମ୍ଭ ହୋଇଥିଲା। ଜାପାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଦେଶର ସର୍ବାଧିକ ପିଲାଙ୍କ ସଂଖ୍ୟା ୧୯୫୪ ମସିହାରେ ରେକର୍ଡ କରାଯାଇଇତ୍ଲା। ଏହି ସଂଖ୍ୟା ସେତେବେଳେ ୨ କୋଟି ୯୮ ଲକ୍ଷ ୯୦ ହଜାର ରେକର୍ଡ କରାଯାଇଥିଲା। ଯାହାକି ୧୯୭୦ ବର୍ଷ ପର୍ଯ୍ୟନ୍ତ କ୍ରମାଗତ ଭାବରେ ବୃଦ୍ଧି ପାଇଥିଲା। କିନ୍ତୁ ୧୯୮୨ ପରଠାରୁ ପିଲାମାନଙ୍କର ଜନସଂଖ୍ୟାରେ କ୍ରମାଗତ ହ୍ରାସ ଘଟିବାରେ ଲାଗିଥିଲା।