ଝାରସୁଗୁଡ଼ାରେ ୫ ଜିଲା ପରିଷଦ ଆସନ ହାତେଇନେଲା ବିଜେଡି

ଝାରସୁଗୁଡ଼ା ଅଫିସ,୨୭।୨: ଝାରସୁଗୁଡ଼ା ଜିଲାର ସମୁଦାୟ ୯ଜିଲା ପରିଷଦ ଜୋନ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ ଜିଲା ପରିଷଦ ଜୋନ୍‌ର ଭୋଟ ଗଣତି ହୋଇଥିଲା । ଏହି ଭୋଟ ଗଣତି ରାତି ପର୍ଯ୍ୟନ୍ତ ଚାଲିଥିଲା । ଗଣତି ପରେ ଏହାର ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏଥିମଧ୍ୟରେ ବିଜେଡି ୫ ଜିଲାପରିଷଦ ଆସନ ହାତେଇ ନେଇଛି । ଝାରସୁଗୁଡା ୧ନଂ ଜିଲା ପରିଷଦ ଜୋନ୍‌ର ବିଜେଡି ପ୍ରାର୍ଥୀନୀ ଝରଣା ସାଗର ୧୧, ୪୯୬ ଅଧିକ ଭୋଟ, ଲଖନପୁର ୧ନଂ ଜିଲାପରିଷଦ ଜୋନର ବିଜେଡି ପ୍ରାର୍ଥୀ ସନତ ସିଂହ ୧୩,୪୪୫ ଅଧିକ ଭୋଟ, କର୍ମିରା ଜିଲ୍ଲା ପରିଷଦଜୋନ୍‌ର ବିଜେଡି ପ୍ରାର୍ଥୀନୀ ରୀତା ବାଗ ୭,୧୨୫ ଅଧିକ ଭୋଟ, ଲଇକେରା ୧ନଂ ଜିଲାପରିଷଦ ଜୋନ୍‌ର ବିଜେଡି ପ୍ରାର୍ଥୀନୀ ତୁଳାବତୀ ମିଞ୍ଜା ୪,୩୧୯ ଅଧିକ ଭୋଟ, କୋଲାବିରା ଜିଲାପରିଷଦ ଜୋନ୍‌ର ବିଜେଡି ପ୍ରାର୍ଥୀ ନୃପଲାଲ ପଶାୟତ ୬,୭୨୩ ଅଧିକ ଭୋଟ ପାଇ ବିଜୟ ହୋଇଛନ୍ତି । ଗତ ୨୦୧୭ ନିର୍ବାଚନରେ ଏହି ୫ ଜିଲା ପରିଷଦ ଆସନ କଂଗ୍ରେସ ହାତେଇଥିଲା । ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଭାବେ ଭାଜପା ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ଜିଲାର ୯ ଜିଲା ପରିଷଦ ଆସନ ବିଜେଡି ହାତେଇବା ଲକ୍ଷ୍ୟରେ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ତଳୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

ବାରଙ୍ଗ,୪।୧୧(ଲିଙ୍ଗରାଜ ରାଉତ): ରାତାଗଡ ଗାଁର ପଛପଟ ପୁରୀ ମେନକେନାଲ ବନ୍ଧରୁ ପୋତା ଯାଇଥିବା ଏକ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକ ହେଉଛନ୍ତି ଚନ୍ଦକାଥାନା ଅଧୀନସ୍ଥ...

ଗୁହାଳରୁ ଘୋଷାଡ଼ି ନେଇ ଗୋରୁକୁ ଫାଡ଼ି ଖାଇଲା ବାଘ, ପରେ…

ଗଜପତି,୪।୧୨(ଗିରିଧାରୀ ପରିଛା): ପୁଣି ଗୋରୁକୁ ମାରି ଖାଇଲା ମହାବଳ। ଗୁହାଳରୁ ଘୋଷାଡି ନେଇ ଖାଇଲା ମହାବଳ। କହ୍ନେଇପୁର ନିକଟ ଅନ୍ଧାରିଝୋଳା ଗାଁର ଘଟଣା ବିଳମ୍ବିତ ରାତ୍ରୀରେ...

ବାପା ପୁଅ, ବୋହୂକୁ ନିଆଁ ଲଗାଇବା ପରେ ମା’ ବନ୍ଦଘରେ ଶିଶୁ କନ୍ୟା ସହ ନିଜକୁ ଜାଳିଲେ: ଝିଅ ପରେ ମା’ଙ୍କ…

କଟକ,୪।୧୨: ଜଗତପୁର ଥାନା ଅନ୍ତର୍ଗତ ଅତୋ ଗାଁରେ ମା’ ଶିଶୁକନ୍ୟା ଓ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଶିଶୁ କନ୍ୟା ପରେ ହସ୍ପିଟାଲରେ...

ବିଦ୍ୟୁତ୍‌ ତାରରେ ଲାଗିଗଲା କଲରାପତରିଆ ବାଘ

ଖଣ୍ଡପଡ଼ା,୪ା୧୨(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ବନାଞ୍ଚଳରେ ଶିକାରୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଶିକାରୀ ଓ ଅସାମାଜିକ ବ୍ୟକ୍ତିମାନେ...

ଶୌଚ ହେବାକୁ ଯାଇଥିଲେ, ୧୦ ଫୁଟ ଟାଣିନେଲା କୁମ୍ଭୀର: ଆଉ ତା’ପରେ…

ମହାକାଳପଡ଼ା,୪।୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ଅଧିନ ସ୍ଥାନୀୟ ଉପକୂଳ ଅଞ୍ଚଳ ରାମଚଣ୍ଡି ଗଳିଆ ନଦୀରେ ବୁଧବାର ସକାଳୁ କୁମ୍ଭୀର ଆକ୍ରମଣରେ ଶୌଚ ହେବାକୁ ଯାଇଥିବା...

ଆଖିବୁଜିଲେ ଧରିତ୍ରୀ ଖବରଦାତା

ବାରିପଦା,୪।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଧରିତ୍ରୀ ଖବରଦାତା ଦେବ ରଞ୍ଜନ ବେହେରାଙ୍କ ପରଲୋକ ଘଟିଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତଖାନାରେ ଚିକିତ୍ସାଧିନ ଅବସ୍ଥାରେ...

ରାଷ୍ଟ୍ରପତିଙ୍କ ଆଖିରେ ଲୁହ ମହାପ୍ରଭୁଙ୍କୁ ଦେଖୁ ଦେଖୁ …

ପୁରୀ,୪।୧୨( ଅଜିତ୍ କୁମାର ମହାନ୍ତି):୪ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ...

ଆଗକୁ ବଢ଼ିଲା ମୂଳଖରସ୍ରୋତା ପୁନରୁଦ୍ଧାର ପ୍ରକ୍ରିୟା

ରସୁଲପୁର,୪।୧୨(ରଂଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ଟିକରପଡ଼ାଠାରେ ମୂଳଖରସ୍ରୋତା ନଦୀ ଉପର ମୁଣ୍ଡରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ପ୍ରକ୍ରିୟା ଆଉ ପାଦେ ଆଗକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri