ଝାରସୁଗୁଡ଼ାରେ ୫ ଜିଲା ପରିଷଦ ଆସନ ହାତେଇନେଲା ବିଜେଡି

ଝାରସୁଗୁଡ଼ା ଅଫିସ,୨୭।୨: ଝାରସୁଗୁଡ଼ା ଜିଲାର ସମୁଦାୟ ୯ଜିଲା ପରିଷଦ ଜୋନ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ ଜିଲା ପରିଷଦ ଜୋନ୍‌ର ଭୋଟ ଗଣତି ହୋଇଥିଲା । ଏହି ଭୋଟ ଗଣତି ରାତି ପର୍ଯ୍ୟନ୍ତ ଚାଲିଥିଲା । ଗଣତି ପରେ ଏହାର ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏଥିମଧ୍ୟରେ ବିଜେଡି ୫ ଜିଲାପରିଷଦ ଆସନ ହାତେଇ ନେଇଛି । ଝାରସୁଗୁଡା ୧ନଂ ଜିଲା ପରିଷଦ ଜୋନ୍‌ର ବିଜେଡି ପ୍ରାର୍ଥୀନୀ ଝରଣା ସାଗର ୧୧, ୪୯୬ ଅଧିକ ଭୋଟ, ଲଖନପୁର ୧ନଂ ଜିଲାପରିଷଦ ଜୋନର ବିଜେଡି ପ୍ରାର୍ଥୀ ସନତ ସିଂହ ୧୩,୪୪୫ ଅଧିକ ଭୋଟ, କର୍ମିରା ଜିଲ୍ଲା ପରିଷଦଜୋନ୍‌ର ବିଜେଡି ପ୍ରାର୍ଥୀନୀ ରୀତା ବାଗ ୭,୧୨୫ ଅଧିକ ଭୋଟ, ଲଇକେରା ୧ନଂ ଜିଲାପରିଷଦ ଜୋନ୍‌ର ବିଜେଡି ପ୍ରାର୍ଥୀନୀ ତୁଳାବତୀ ମିଞ୍ଜା ୪,୩୧୯ ଅଧିକ ଭୋଟ, କୋଲାବିରା ଜିଲାପରିଷଦ ଜୋନ୍‌ର ବିଜେଡି ପ୍ରାର୍ଥୀ ନୃପଲାଲ ପଶାୟତ ୬,୭୨୩ ଅଧିକ ଭୋଟ ପାଇ ବିଜୟ ହୋଇଛନ୍ତି । ଗତ ୨୦୧୭ ନିର୍ବାଚନରେ ଏହି ୫ ଜିଲା ପରିଷଦ ଆସନ କଂଗ୍ରେସ ହାତେଇଥିଲା । ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଭାବେ ଭାଜପା ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ଜିଲାର ୯ ଜିଲା ପରିଷଦ ଆସନ ବିଜେଡି ହାତେଇବା ଲକ୍ଷ୍ୟରେ ରହିଛି ।