ମାତ୍ର ପାଞ୍ଚ ମାସରେ…

ଥରେ ମନେ ପକାନ୍ତୁ ନା ମହାବୀର ସିଂ ଫୋଗଟ ଚରିତ୍ରକୁ। ଅନେକ ଜାଣିସାରିବେଣି ଯେ, ଏଠାରେ ଆମୀର ଖଁାଙ୍କ ସୁପରହିଟ୍‌ ଫିଲ୍ମ ‘ଦଙ୍ଗଲ’ ବିଷୟରେ କୁହାଯାଉଛି। ଯେଉଁଥିରେ ଆମୀରଙ୍କୁ ଜଣେ ପୂର୍ବତନ ଆମାଚିଓର ରେସଲର୍‌ ଭୂମିକାରେ ଦେଖିବାକୁ ମିଳିଥିଲା। ଉକ୍ତ ଭୂମିକା ପାଇଁ ଆମୀରଙ୍କୁ କମ୍‌ ପରିଶ୍ରମ କରିବାକୁ ପଡି ନ ଥିଲା। ଫିଲ୍ମଟି କୁସ୍ତି ଉପରେ ଆଧାରିତ ଥିବାରୁ ନିଜକୁ ଫିଟ୍‌ ଆଣ୍ଡ ଫାଇନ୍‌ କରିବା ଲାଗି ତାଙ୍କୁ ପାଞ୍ଚ ମାସ ସମୟ ଲାଗିଥିଲା। ଆଉ ଏହି ୧୫୦ଦିନ ଭିତରେ ସେ ନିଜ ଓଜନକୁ ୯୫ କି.ଗ୍ରା.ରୁ ୬୮ କି.ଗ୍ରା.କୁ କମାଇବାରେ ସକ୍ଷମ ହୋଇଥିଲେ। ତା’ସହ ସିକ୍ସ ପ୍ୟାକ୍‌ ମଧ୍ୟ କରିଥିଲେ। ଆମୀର କୁହନ୍ତି,‘ଦଙ୍ଗଲର ଏହି ଭୂମିକା ଲାଗି ମୋତେ ଏକ ସୀମିତ ସମୟ ଭିତରେ ନିଜକୁ ଫିଟ୍‌ କରିବାକୁ ପଡିଥିଲା। ତେଣୁ ସେତେବେଳେ ମୁଁ ଦିନରାତି ଏକାଠି କରିଦେଇଥିଲି, ଯାହାଦ୍ୱାରା ନିର୍ଦ୍ଦିଷ୍ଟ ସମୟ ଭିତରେ ନିଜ ଓଜନ ୨୭ କି.ଗ୍ରା. କମାଇ ପାରିଥିଲି। ଫିଲ୍ମଟିର ଶୁଟିଂ ପରେ ଯେତେବେଳେ ମୁଁ ତାହାର ସ୍ପେଶାଲ ଶୋ’ ଦେଖିଲି ସେତେବେଳେ ନିଜ ଫିଟ୍‌ନେସକୁ ନେଇ ବିଶ୍ୱାସ କରିପାରି ନ ଥିଲି।’

Share