କଣ୍ଟାବାଞ୍ଜିରେ ହେଉଛି କଡା ଟକ୍କର, ଲକ୍ଷ୍ମଣ ବାଗଙ୍କ ଠାରୁ ୮୨୮ ଭୋଟରେ ଆଗରେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୪।୬: ଚାଲିଛି ମତଗଣନା। ତେବେ ଓଡ଼ିଶାରେ ଭାଜପାକୁ ୭୮ ଆସନ ମିଳିଥିବାବେଳେ ବିଜେଡିକୁ ୫୪ ସିଟ୍‌ ମିଳିଛି। ୨୫ବର୍ଷ ପରେ ଏପରି ସମୀକରଣ ଦେଖିବାକୁ ମିଳିଛି। ଯେଉଁଠି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ସରକାର ୨୫ବର୍ଷ ଧରି କ୍ଷମତାରେ ରହି ଆସୁଥିଲା ତା’ର ସମ୍ପୂର୍ଣ୍ଣ ବିପରୀତ ଦୃଶ୍ୟ ଆଜି ଦେଖିବାକୁ ମିଳିଛି। କହିବାକୁ ଗଲେ ଓଡ଼ିଶା ଭାଜପା ରାଜ୍ୟରେ ବାଜି ପଲଟେଇ ଦେଇଛି।

ତେବେ ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ କଣ୍ଟାବାଞ୍ଜିରେରେ ମୁଖ୍ୟମନ୍ତ୍ରୀ ୮୨୮ ଭୋଟରେ ଆଗରେ ଅଛନ୍ତି। ସେଠାରୁ ତାଙ୍କୁ କଡା ଟକ୍କର ଦେଉଛନ୍ତି ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗ। ନବୀନ ୧୯,୦୯୭ ଭୋଟରେ ଆଗରେ ଥିବାବେଳେ ଲକ୍ଷ୍ମଣ ୧୮,୨୬୯ ଭୋଟରେ ପଛରେ ଅଛନ୍ତି।

Share