ପୋଲିସ ଭ୍ୟାନ ବ୍ୟବହାର କରି ଚୋରି କରୁଥିଲେ ଖାଇବା ତେଲ, ୫ ଗିରଫ

ଇସଲାମାବାଦ,୭।୭: ପାକିସ୍ତାନର କରାଚିରୁ ଏକ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି। ଏଠାରେ ଏମିତି ଏକ ଗ୍ରୁପ ଅଛନ୍ତି ଯେଉଁମାନେ ପୋଲିସ ଭ୍ୟାନ ବ୍ୟବହାର କରି ଖାଇବା ତେଲ ଚୋରି କରୁଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ଗୋଦାମ ମାଲିକ, ଜଣେ କର୍ମଚାରୀ ଓ ଜଣେ ପୋଲିସ କର୍ମୀ ସାମିଲ ଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଗାର୍ଡନ ମୁଖ୍ୟାଳୟ ନିକଟରେ ପୋଲିସ ଚଢାଉ କରିଥିଲା। ଏହି ସମୟରେ ପାଞ୍ଚରୁ ଅଧିକ ସନ୍ଦିଗ୍ଧ ଗ୍ୟାଙ୍ଗ ସଦସ୍ୟଙ୍କ ବିଷୟରେ ସୂଚନା ମିଳିଥିଲା। ରିପୋର୍ଟରେଦାବି କରାଯାଇଛି ଯେ ଏହି ଅଭିଯୁକ୍ତମାନେ ଡିଷ୍ଟ୍ରିକ୍ଟ ସେଂଟ୍ରାଲରେ ଖାଇବା ତେଲ ଷ୍ଟକ ପରିବହନ କରୁଥିବା ଗାଡିରୁ ଲୁଟ କରିବା ପାଇଁ ପୋଲିସ ଭ୍ୟାନ ବ୍ୟବହାର କରିଥିଲେ। ଗତ ମାସରେ ଏଭଳି କିଛି ଲୁଟ ଘଟଣା ସାମ୍ନାକୁ ଆସିଥିବା ପୋଲିସ କହିଛି। ପୋଲିସ କହିଛି ଯେ ଅଭିଯୁକ୍ତମାନେ ଗୋଦାମରେ ତେଲ ଲୁଚାଉଥିଲେ।
ସୂଚନା ଅନୁଯାୟୀ, ପୋଲିସକୁ ଚଳିତ ମାସ ଆରମ୍ଭରେ ଏକ ଗୁପ୍ତ ତଥ୍ୟ
ମିଳିଥିଲା ଯାହାକୁ ନେଇ ପ୍ରତିରକ୍ଷା ଏବଂ କ୍ଲିଫଟନ ଅଞ୍ଚଳରେ ଅପରେସନ ହୋଇଥିଲା ଯେଉଁଠାରୁ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

Share