କୋଚୀ,୨୮ା୧୨- ଶିଶୁଙ୍କ ପର୍ନୋଗ୍ରାଫିକୁ ପ୍ରୋତ୍ସାହିତ କରୁଥିବା ଏକ ର଼୍ୟାକେଟ ଧରାପଡ଼ିଛି। କେରଳ ପୋଲିସର ସାଇବର ଓ୍ବିଙ୍ଗ୍ ସୋମବାର ଆଇଟି ଫ୍ରୋଫେଶନାଲଙ୍କ ସମେତ ୪୧ ଜଣଙ୍କୁ ଅଟକ ରଖି ଓ ମୋଟ ୩୩୯ଟି ମାମଲା ରୁଜ୍ଜୁ କରାଯାଇଥିବା ଅତିରିକ୍ତ ପୋଲିସ ନିର୍ଦ୍ଦେଶକ ମନୋଜ ଆବ୍ରାହମ କହିଛନ୍ତି।
ଗତ କିଛି ଦିନରେ ୫୯୬ଟି ସ୍ଥାନରେ ଚଢ଼ାଉ କରାଯାଇ ୩୯୨ କମ୍ପ୍ୟୁଟର ଓ ଫୋନ ଜବତ କରାଯାଇଛି। ଅଧିକାଂଶ ଅଭିଯୁକ୍ତଙ୍କ ଉପରେ ଅଟକ ରଖାଯାଇଛି ଓ ଡାର୍କ ନେଟ୍ରେ କିଛି ଗ୍ରୁପ୍ ପରସ୍ପରକୁ ସହାୟତା କରୁଥିଲେ। ପାଣ୍ଡେମିକ୍ ସମୟରେ ଶିଶୁ ପର୍ନୋଗ୍ରାଫି ମାମଲାରେ ଖୁବ୍ ବୃଦ୍ଧି ଘଟିଛି। ଲକଡାଉନ ଡିଜିଟାଲ ସର୍ଫିଂକୁ ବୃଦ୍ଧି କରିଛି ଏବଂ ଏହାସହ ବଢ଼ିଛି ପର୍ନୋଗ୍ରାଫି। ମୁଖ୍ୟତଃ ଶିଶୁଙ୍କ ପର୍ନୋଗ୍ରାଫି। ବହୁ ୟୁଜର୍ସ ଚିନ୍ତା କରୁଛନ୍ତି, ଡାର୍କ ନେଟ୍ ବ୍ୟବହାର ଦ୍ୱାରା ସେମାନେ କଦାପି ଧରା ପଡ଼ିବେ ନାହିଁ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ।