ଭୋକରେ ହିତାହିତ ଜ୍ଞାନ ଭୁଲିଗଲେ ଯୁବକ, ଖାଇଲେ ବିଲେଇର କଞ୍ଚା ମାଂସ

କଟ୍ଟିପୁରମ,୫।୨: ଭୋକରେ ମଣିଷ ନିଜ ବିବେକ ହରାଇ ବସେ। କେତେବେଳେ କଣ କରୁଛି ସେ ନିଜେ ବି ଜାଣିପାରେନି। ଏହିପରି ଅନେକ ଉଦାହରଣ ଆମେ ସମାଜରେ ଦେଖି ଆସିଛୁ। କିନ୍ତୁ ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।
ଉତ୍ତର କେରଳର କଟ୍ଟିପୁରମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକ ବହୁତ ଦିନ ଧରି ଭୋକରେ ଥିବାରୁ ବିଲେଇର କଞ୍ଚାମାଂସ ଖାଇଛନ୍ତି। କଟ୍ଟିପୁରମର ବ୍ୟସ୍ତବହୁଳ ବସ୍‌ ଆଡ୍ଡାରେ ସଂଧ୍ୟା ସମୟରେ କଞ୍ଚାମାଂସ ଖାଉଥିବାବେଳେ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏହାପରେ ଲୋକେ ପୋଲିସକୁ ଖବର ଦେଖିଥିଲେ। ତଦନ୍ତରେ ପୋଲିସ କହିଛି, ଯୁବକଜଣକ ଆସାମର ଧୁବରୀ ଜିଲାର ବାସିନ୍ଦା। ଯୁବକଜଣକ ପୂର୍ବତ୍ତୋର ରାଜ୍ୟର ଏକ କଲେଜର ଜଣେ ଚାତ୍ର ଅଟନ୍ତି। ପରିବାରକୁ ନ କହି ସେ ଗତବର୍ଷ ଡିସେମ୍ବରରେ କେରଳକୁ ଆସିଥିଲେ। ସେ ପାଞ୍ଚଦିନ ହେଲା କିଛି ଖାଇ ନ ଥିଲେ। ପରେ ଭୋକର ଜ୍ୱାଳା ସହି ନ ପାରି ଏପରି କାଣ୍ଡ ଭିଆଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପରେ ତାଲା: ତେଜିଲା ଚାଷୀ ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ବରଗଡ଼, ୨।୪(ପ୍ରେମାନନ୍ଦ ଖମାରୀ) – ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ମଡାଇବା ପାଇଁ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ଜିଲାର...

ଦେଶବ୍ୟାପୀ UPI ଡାଉନ୍: ପେମେଣ୍ଟ କରିବାକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୟୁଜର

ନୂଆଦିଲ୍ଲୀ,୨।୪: UPI ସର୍ଭର ଡାଉନ ହେବାରୁ ଦେଶବ୍ୟାପୀ ଅନଲାଇନ୍ ପେମେଣ୍ଟ କରିବାରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୁଗୁଲ୍ ପେ, ପେଟିଏମ୍ ଏବଂ ଷ୍ଟେଟ୍ ବ୍ୟାଙ୍କ...

୧୦ ଫୁଟ ତଳକୁ ଖସିପଡ଼ିଲା କାର୍‌: ବାଇକ୍‌ ଶୋ’ରୁମ୍‌ ମ୍ୟାନେଜରଙ୍କ ମୃତ୍ୟୁ,ଡ୍ରାଇଭର ଗୁରୁତର

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ୧୬ ନମ୍ବର ଜାତୀୟ ରାଜପଥ ସୁକନ୍ୟା ଢାବା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ୧୦ ଫୁଟ...

ନକଲିକୁ ଧରିଲା ଅସଲି ପୋଲିସ: ହୋମଗାର୍ଡ ଚାକିରି ଦେବାକୁ କହି ୩୦ରୁ ୪୦ ଆଶାୟୀଙ୍କୁ ଠକେଇ

କଟକ,୨।୪: କମିଶନରେଟ୍ ପୋଲିସର କଟକ ପୋଲିସ ବିଭାଗରେ ବିଭିନ୍ନ ପ୍ରକାରର ପଦବୀରେ ନିଯୁକ୍ତି ଦେବା ବାହାନାରେ ଚାକିରି ଆଶାୟୀମାନଙ୍କୁ ଠକୁଥିବା ଜଣେ ନକଲି ପୋଲିସ ଇନସପେକ୍ଟରଙ୍କୁ...

୭୭ତମ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ, ଦୁଇଦିନ ଉତ୍କଳ ମଣ୍ଡପରେ ସମାରୋହ

ଭୁବନେଶ୍ୱର,୨।୪: ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ୭୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ଉପଲକ୍ଷେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ...

ରାପିଡୋ ସମେତ ସମସ୍ତ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ବେଙ୍ଗାଲୁରୁ,୨।୪: କର୍ଣ୍ଣାଟକ ହାଇକୋର୍ଟ ବୁଧବାର ରାପିଡୋ ବାଇକ୍ ଟ୍ୟାକ୍ସି ସମେତ ଅନ୍ୟ ସମସ୍ତ ବାଇକ୍ ଟ୍ୟାକ୍ସି ଆଗ୍ରେଗେଟରମାନଙ୍କୁ ଛଅ ସପ୍ତାହ ମଧ୍ୟରେ ରାଜ୍ୟରେ ସେମାନଙ୍କର କାର୍ଯ୍ୟ...

iPhone 11 ପାଇଁ ୧୭ ବର୍ଷୀୟ ନାବାଳକକୁ ହତ୍ୟା କଲେ ଦୁଇସାଙ୍ଗ

ନୂଆଦିଲ୍ଲୀ,୨।୪: ପଟିଆଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ରାଜପୁରାର ରେଳ ଲାଇନରୁ ନବଜୋତ ନାମକ ଜଣେ ୧୭ ବର୍ଷୀୟ ନାବାଳକର ମୃତଦେହ...

କେବେବି ପିଅନ୍ତୁ ନାହିଁ ଥଣ୍ଡା ପାଣି

ଏବେ ତ ଗ୍ରୀଷ୍ମଋତୁ। ଲସି, ସର୍ବତ ବ୍ୟତୀତ ଥଣ୍ଡା ପାଣିର ଚାହିଦା କିଛି କମ ନୁହେଁ। କେତେକେ ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image