Categories: ଜାତୀୟ

କେରଳରେ ସେନା ଯବାନଙ୍କୁ ଆକ୍ରମଣ ପିଠିରେ ‘ପିଏଫ୍‌ଆଇ’ ଲେଖିଲେ

କୋଲାମ୍‌,୨୫ା୯: କେରଳରେ କେତେଜଣ ଦୁର୍ବୃତ୍ତ ଭାରତୀୟ ସୈନ୍ୟବାହିନୀର ଜଣେ ଯବାନଙ୍କୁ ରବିବାର ରାତିରେ ଆକ୍ରମଣ କରିବା ସହ ତାଙ୍କ ପିଠିରେ ‘ପିଏଫ୍‌ଆଇ’ ଲେଖିଛନ୍ତି। କୋଲାମ ଜିଲା କଡକ୍କଲ ସହର ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଆକ୍ରମଣର ସମ୍ମୁଖୀନ ହୋଇଥିବା ଶାଇନ୍‌ କୁମାରଙ୍କ କହିବା ଅନୁଯାୟୀ, ତାଙ୍କ ଘର ନିକଟରେ ଥିବା ରବର ଜଙ୍ଗଲରେ ୬ ଜଣ ଲୋକ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ସେମାନେ ଯବାନଙ୍କ ହାତ ବାନ୍ଧିଦେଇ ପିଠିରେ କଳା ଓ ସବୁଜ ରଙ୍ଗରେ ପିଏଫ୍‌ଆଇ ଲେଖିଥିଲେ। ପିଏଫ୍‌ଆଇ ବେଆଇନ ଘୋଷିତ ଇସ୍‌ଲାମିକ୍‌ ସଂଗଠନ ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ ହୋଇପାରେ ବୋଲି କୁହାଯାଉଛି।

Share