କୋରାପୁଟ/ନାରାୟଣପାଟଣା,୭ା୧୧(ଅମିତାଭ ବେହେରା/ରାଜକିଶୋର ଜେନା): ଗୁରୁବାର ମଧ୍ୟାହ୍ନରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋତାମେଟା ଅଞ୍ଚଳରେ ୬ ଟିକିଆ ଏକ ହାତୀପଲ ଦୃଷ୍ଟିଗୋଚର ହେଉଛି। ଏହି ହାତୀପଲ ଏକ ଧାନଜମିରେ ପଶି ଧାନ ଖାଉଥିବା ଦେଖାଯାଇଛି। ଏହି ହାତୀପଲରେ ୩ଟି ବଡ଼ ହାତୀ ଓ ୩ ଟି ଛୋଟ ହାତୀ ରହିଥିବା ଜଣାଯାଇଛି। ଓଡ଼ିଶାର କୋରାପୁଟ ଜିଲାର ବନ୍ଧୁଗାଁ ସୀମାନ୍ତ ଚିଡିବାଲସାଠାରୁ ୭ କିମି ଦୂର ଆନ୍ଧ୍ରର କୋତାମେଟା ଗ୍ରାମ ନିକଟ ଧାନବିଲରେ ରହିଥିବା ଜଣାଯାଇଛି। ଆନ୍ଧ୍ରର ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଏହି ଅଞ୍ଚଳ ଉପରେ ସତର୍କ ଦୃଷ୍ଟି ରଖିଥିବାବେଳେ ନାରାୟଣପାଟଣା ରେଞ୍ଜ ପକ୍ଷରୁ ମଧ୍ୟ ଏନେଇ ସଜାଗ ରହିଥିବା ରେଞ୍ଜର ଅକ୍ଷୟ କୁମାର ପାଢ଼ୀ ସୂଚନା ଦେଇଛନ୍ତି।