ସାମରିକ ସହାୟତା ଘୋଷଣା କଲା ଆମେରିକା

କିଭ୍‌, ୮ା୯: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଗୁରୁବାର ୟୁକ୍ରେନ୍‌ ରାଜଧାନୀ କିଭ୍‌ରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ୟୁକ୍ରେନ୍‌ ସମେତ ୟୁରୋପୀୟ ଦେଶଗୁଡ଼ିକ ପାଇଁ ୨ ବିଲିୟନ ଡଲାର ସାମରିକ ସହାୟତା ଘୋଷଣା କରିଛନ୍ତି।

ଏହି ଅବସରରେ ସେ ୟୁକ୍ରେନ୍‌ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବ୍ଲିଙ୍କେନ୍‌ କହିଥିଲେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ୟୁକ୍ରେନ ଏବଂ ନାଟୋ ସଦସ୍ୟଙ୍କ ସମେତ ୧୮ ପଡୋଶୀ ଦେଶକୁ ଉପରୋକ୍ତ ସହାୟତା ପ୍ରଦାନ ନିଷ୍ପତ୍ତି ନେଇଛନ୍ତି। ସେଥିରୁ ୧ ବିଲିୟନ ଡଲାର ୟୁକ୍ରେନ୍‌କୁ ଯିବ। ଅବଶିଷ୍ଟ ସହାୟତା ଆଲ୍‌ବାନିଆ, ବୋସ୍‌ନିଆ, ବୁଲ୍‌ଗେରିଆ, କ୍ରୋଆସିଆ, ଚେକ୍‌ ରିପବ୍ଲିକ୍‌, ଇଷ୍ଟୋନିଆ, ଜର୍ଜିଆ, ଗ୍ରୀସ୍‌, କୋସୋଭୋ, ଲାଟ୍‌ଭିଆ, ଲିଥୁଆନିଆ, ମୋଲଡୋଭା, ମୋଣ୍ଟେନୋଗ୍ରୋ, ନର୍ଥ ମାକେଡୋନିଆ, ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ ଏବଂ ସ୍ଲୋଭେନିଆ ପାଇଁ ଉଦ୍ଦିଷ୍ଟ।

Share