ଯୁଦ୍ଧ ରୋକିବାକୁ ଅନ୍ତିମ ଉଦ୍ୟମ

କ୍ୱିଭ,୨୦।୨: ୟୁକ୍ରେନ ଓ ଋଷ ମଧ୍ୟରେ ହେବାକୁ ଯାଉଥିବା ଯୁଦ୍ଧକୁ ରୋକିବା ପାଇଁ ରବିବାର ଆରମ୍ଭ ହୋଇଛି ଅନ୍ତିମ କୁଟନୈତିକ ପ୍ରୟାସ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଫୋନ ଜରିଆରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ କଥା ହୋଇଛନ୍ତି। ୟୁକ୍ରେନ ସୀମାରେ ସିଜ ଫାୟାରିଂକୁ ନିୟନ୍ତ୍ରଣ ଉପରେ ଆଲୋଚନା ହୋଇଛି।

ଗତ ୭ ତାରିଖରେ ପୁଟିନଙ୍କୁ ଭେଟିଥିଲେ ମାକ୍ରନ। ସେହି ସମୟରେ ଜର୍ମାନୀର ଚାନ୍ସେଲର ଓଲାଫ ସ୍କଲଜ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ରୁଷିଆକୁ ଯୁଦ୍ଧଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଉଛନ୍ତି।

ରବିବାର ହୋଇଥିବା ଆଲୋଚନା ଉପରେ ମାକ୍ରନଙ୍କ ଅଫିସ ପକ୍ଷରୁ କୁହାଯାଇଛି, ୟୁକ୍ରେନ ଉପରୁ ବଡ଼ ବିପଦକୁ ଏଡ଼ାଇବା ପାଇଁ ଅନ୍ତିମ ସମ୍ଭବ ଉଦ୍ୟମ କରାଯାଉଛି।

Share