Advertisement

ସୀମା ଟପିଲା ଯୌତୁକ ନିର୍ଯାତନା: ବୋହୂକୁ ନିର୍ଧୂମ ପିଟିଲେ ଶାଶୁ-ଶ୍ୱଶୁର

ବାଲେଶ୍ୱର,୬ା୪(ବାଞ୍ଛାନିଧି ଦେ): ଅଧିକ ଯୌତୁକ ଦାବି କରି ବୋହୂକୁ ଶାଶୁଘର ଲୋକଙ୍କ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶାଶୁଘର ଲୋକଙ୍କ ମାଡ଼ରେ ବୋହୂ ଗୁରୁତର ହୋଇ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ବୋହୂଙ୍କ ବାପଘର ଲୋକେ ବାଲିଆପାଳ ଥାନାରେ କଲେ ଲିଖିତ ଅଭିଯୋଗ କରିଛନ୍ତି। ବାଲେଶ୍ବର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ପାଳଜାମକୁଣ୍ତା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା l

ସୂଚନାନୁଯାୟୀ ଭୋଗରାଇ ଥାନା ଅନ୍ତର୍ଗତ ଅଢ଼ଙ୍ଗ ଗ୍ରାମର ନାରାୟଣ ପୃଷ୍ଟିଙ୍କ ଝିଅ ଗେହ୍ଲିରାଣୀଙ୍କୁ ୨୦୧୯ରେ ବାଲିଆପାଳ ଥାନା ପାଳଜାମକୁଣ୍ତା ଗ୍ରାମର ଗଙ୍ଗାଧର ବିଶ୍ବାଳ ବିବାହ କରିଥିଲେ l ବାହାଘର ସମୟରେ ଦାବି ମୁତାବକ ଯୌତୁକ ଦେଇଥିଲେ ମଧ୍ୟ ଗେହ୍ଲିରାଣୀଙ୍କ ଶାଶୁଘର ଲୋକ ଅଧିକ ଯୌତୁକ ଦାବି କରି ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା l ଦାମୀ ଗାଡ଼ି ଏବଂ ସୁନା ଚେନ୍‌ ଦାବି କରି ବିଭିନ୍ନ ସମୟରେ ମାଡ଼ ମାରୁଥିବା ଅଭିଯୋଗ ହୋଇଛି l ତେବେ ଗତକାଲି ଏହି ଘଟଣା ଉଗ୍ରରୂପ ଧାରଣ କରିଥିଲା। ଶାଶୁ ଶ୍ବଶୁର ବୋହୂଙ୍କୁ ନିସ୍ତୁକ ପିଟିବାରୁ ବୋହୂ ଗୁରୁତର ହୋଇ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଏନେଇ ବାପଘର ଲୋକ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share