୨୪ ଘଣ୍ଟାରେ ଦେଢ଼ଲକ୍ଷ ଟପିଲା କରୋନା

ନୂଆଦିଲ୍ଲୀ,୧୧।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ଲକ୍ଷ ଟପିଛିି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୫୨ ହଜାର ୮୭୯ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୮୩୯ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ପ୍ରଦାନ କରାଯାଇଛି। ଗତ ୬ ମାସ ମଧ୍ୟରେ ଶନିବାର ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି। ମହାରାଷ୍ଟ୍ରରେ ସ୍ଥିତି ସଙ୍କଟଜନକ ହୋଇଛି। ଶୁକ୍ରବାର ତୁଳନାରେ ଶନିବାର ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏଠାରେ ଗୋଟିଏ ଦିନରେ ୫୫ ହଜାର ୪୧୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ରାଜ୍ୟରେ ୩୦୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ ଆରମ୍ଭ ହୋଇଥିବା ସାର୍ବଜନୀକ ଟିକାକରଣ ଅଭିଯାନ ଅନ୍ତର୍ଗତ ଏପ୍ରିଲ୍‌ ୧୦ ସୁଦ୍ଧା ମୋଟ ୧୦ କୋଟି ୧୫ ଲକ୍ଷ ୯୫ ହଜାର ୧୪୭ କରୋନା ଡୋଜ୍‌ ପ୍ରଦାନ କରାଯାଇଛି।

Share