ଭୁବନେଶ୍ୱର,୨୦।୫(ବ୍ୟୁରୋ): ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ଗତ ୫ ତାରିଖରୁ ରାଜ୍ୟରେ ଲାଗୁ ହୋଇଥିବା ୧୪ ଦିନିଆ ଲକ୍ଡାନ୍କୁ ଜୁନ୍ ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ବା ଲକ୍ଡାଉନ୍ ୨.୦ ଆରମ୍ଭ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୋଲିସ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ରେ ଯାଞ୍ଚ ସମୟରେ ବହୁ ଅମାନିଆ ଧରାପଡ଼ି ଜରିମାନା ଗଣିଛନ୍ତି। ମୋଟ ୨୨ ହଜାର ୩୬୦ଜଣ ଉଲ୍ଲଂଘନକାରୀଙ୍କଠାରୁ ୨୦ ଲକ୍ଷ ୫୬ ହଜାର ୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା କମିଶନରେଟ୍ ପୋଲିସ ପକ୍ଷରୁ ରିପୋର୍ଟ ଜାରି କରାଯାଇଛି। ରିପୋର୍ଟ ଅନୁଯାୟୀ, ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନିୟମ ଉଲ୍ଲଂଘନ ନେଇ ୧୧ହଜାର ୩୧୮ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ସେହିପରି ପୋଲିସ ନାକାବନ୍ଦୀ କରି ଯାଞ୍ଚ ସମୟରେ ୭୪୧୩ ଜଣଙ୍କଠାରୁ ଜରିମାନା ଆଦାୟ କରିଛି।