ଛାଡ଼ପତ୍ର ପରେ ପ୍ରେମରେ …

ଓ୍ବାଲର୍‌ଡର ହାଣ୍ଡସମ୍‌ ହଙ୍କ ହ୍ରିତିକ୍‌ ରୋଶନ୍‌ ପ୍ରେମିକା ସବାଙ୍କ ସହ ନୂଆ ଘରକୁ ସିଫ୍ଟ ହେବାକୁ ଯାଉଛନ୍ତି। ଦୁହେଁ ନିଜ ସମ୍ପର୍କକୁ ଆଗକୁ ନେବା ଲାଗି ଲିଭ୍‌ଇନ୍‌ରେ ରହିବା ଆରମ୍ଭ କରୁଥିବା ନେଇ ଏବେ ଚର୍ଚ୍ଚା ହେଉଛି। ସେଥିପାଇଁ ନିକଟରେ ହ୍ରିତିକ୍‌ ମୁମ୍ବାଇର ମନ୍ନତ ଆପାର୍ଟମେଣ୍ଟରେ ୯୭.୫୦ କୋଟି ଟଙ୍କାରେ ଦୁଇଟି ଆପାର୍ଟମେଣ୍ଟ କିଣଛନ୍ତି। ଏଥିରେ ୩ଟି ଫ୍ଲୋର ଥିବା କୁହାଯାଉଛି। ହ୍ରିତିକ୍‌ଙ୍କ ୩୮,୦୦୦ ସ୍କୋୟାରଫୁଟ୍‌ ଆୟତନର ଏହି ଘରୁ ସମୁଦ୍ର ଖୁବ୍‌ ସ୍ପଷ୍ଟ ଭାବେ ଦେଖାଯାଉଛି। କିଛି ବର୍ଷ ପୂର୍ବେ ହ୍ରିତିକ୍‌ ସବା ଆଜମ୍‌ଙ୍କୁ ଡେଟ୍‌ କରିବା ଆରମ୍ଭ କରିଛନ୍ତି। ବହୁ ପାର୍ଟି ଫଙ୍କସନ୍‌ରେ ଦୁହିଁଙ୍କୁ ଏକାଠି ଦେଖାଯାଉଛନ୍ତି। ୨୦୧୪ରେ ହ୍ରିତିକ ପୂର୍ବତନ ସ୍ତ୍ରୀ ସୁସେନଙ୍କ ଛାଡ଼ପତ୍ର ଦେଇଥିଲେ। ଗତ ସେପ୍ଟେମ୍ବର ୩୦ରେ ହ୍ରିତିକଙ୍କ ଅଭିନୀତ ଫିଲ୍ମ ବିକ୍ରମ ବେଦ ରିଲିଜ୍‌ ହୋଇଥିଲା।

Share